
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – ୧୪ବର୍ଷ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ପ୍ରଥମ ସଂସ୍କାରଣ ଖୋ ଖୋ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡ଼ିଆ ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଅଛି। ଆଜି ଉଦ୍ଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ଆର୍ସ ଥାନାର ଅଧିକାରୀ ବନ୍ଦନା ପାତ୍ର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଶରୀର ନିରୋଗ ରହିବା ନିମନ୍ତେ କ୍ରିଡ଼ାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାସହ ଏହି ପ୍ରତିଯୋଗୀତାରେ ଭାଗନେଇ ଏକ ସଫଳ କ୍ରିଡ଼ାବିତ୍ର ଲକ୍ଷ୍ୟ ପଥରେ ଆଗେଇବା ଏକ ସଫଳ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ। ଏହି ଉତ୍ସବରେ କ୍ରୀଡ଼ା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ସିଏମ୍ ଟ୍ରଫିରେ ୧୦ଟି ବାଳକ ବିଭାଗର ଟିମ୍ ଏବଂ ୬ଟି ବାଳିକା ବିଭାଗର ଟିମ୍ ଯୋଗେଇଥିବା ସମସ୍ତ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ଟିମ୍ ଚୟନ ନିମନ୍ତେ ସମସ୍ତେ ଏହି ପ୍ରତିଯୋଗୀତାରେ ସଫଳ ପ୍ରଦର୍ଶନ ନିମନ୍ତେ ଆହ୍ୱାନ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ସମ୍ପାଦକ ଜ୍ୟୋର୍ତିମୟ ଦାସ ସଭା ପରିଚାଳନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା, ବରିଷ୍ଟ ସଭ୍ୟ ସସ୍ମିତା ପଣ୍ଡା, ଦେବେନ୍ଦ୍ର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖୋ ଖୋ ପ୍ରତିଯୋଗୀତାକୁ ଶାରୀରିକ ଶିକ୍ଷା ଶିକ୍ଷକ ଅରବୁନ୍ଦ ତରାଇ, ଜ୍ୟୋର୍ତିମୟୀ ଶତପଥି, ଅମ୍ବିକା ମହାନ୍ତି, ମାନସ ରଞ୍ଜନ ସାହୁ, ଶକ୍ତି ସ୍ୱରୁପ ସାହୁ, ମାମୁନି ଦାସ, ଅଶୋକ କୁମାର ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଏହି ପ୍ରତିଯୋଗୀତା ଦୁଇଦିନ ଧରି ଅନୁଷ୍ଠିତ ହେବ। ଆଜିର ପ୍ରଥମ ମ୍ୟାାଚରେ ବାଳକ ବିଭାଗରେ ବଗଡ଼ା ଦଳ ଜେନିଥ ସ୍କୁଲକୁ ୧ ପଏଂଟ ବ୍ୟବଧାନରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚରେ ଗରପୁରର ଜେ.ଏନ୍.ଭି.କୁ ୧ପଏଂଟ ବ୍ୟବଧାନରେ, ତୃତୀୟ ମ୍ୟାଚରେ କେନ୍ଦ୍ରାପଡ଼ା ବ୍ଲକର କେନ୍ଦ୍ରୀୟ ବିଦ୍ୟାଳୟ ୨ପଏଂଟ, ଚତୁର୍ଥ ମ୍ୟାଚରେ ରାଜକନିକା ୨୪ପଏଂଟ ବ୍ୟବଧାନରେ କୋରୁଆକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ବାଳିକା ବିଭାଗରେ ବଗଡ଼ା ଦଳ କେନ୍ଦ୍ରୀୟ ବିଦ୍ୟାଳୟକୁ ୧୩ପଏଂଟ ଏବଂ ପଟ୍ଟାମୁଣ୍ଡାଇ ଦଳ ରାଜକନିକାକୁ ସଡନଡେଥ୍ ମାଧ୍ୟମରେ ପରାସ୍ତ କରି ସେମିଫାଇନାଲକୁ ଉତୀର୍ଣ୍ଣ ହୋଇଛି । ଆସନ୍ତାକାଲି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି