ଯୁକ୍ତ ୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବଲାଙ୍ଗିର, 29 ଏପ୍ରିଲ୍ (ହି.ସ.) ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫରେନ୍ସ ହଲ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ବଲାଙ୍ଗୀର ତରଫରୁ ଆୟୋଜିତ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ,ଓଡି଼ଶା ସରକାର ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱର ର ମିଳିତ ପ
ଯୁକ୍ତ ୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ


ଯୁକ୍ତ ୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ


ଯୁକ୍ତ ୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ


ଯୁକ୍ତ ୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ


ଯୁକ୍ତ ୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ


ବଲାଙ୍ଗିର, 29 ଏପ୍ରିଲ୍ (ହି.ସ.) ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫରେନ୍ସ ହଲ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ବଲାଙ୍ଗୀର ତରଫରୁ ଆୟୋଜିତ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ,ଓଡି଼ଶା ସରକାର ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱର ର ମିଳିତ ପ୍ରୟାସ ରେ +୨ ବିଜ୍ଞାନ ଓଡ଼ିଆ ରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ମଂଚାସୀନ ଥିଲେ।ପ୍ରଶିକ୍ଷକ ଭାବେ ସଚିକାନ୍ତ ପଧାନ,ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଭୁବନେଶ୍ୱର ଯୋଗ ଦେଇଥିଲେ।ପ୍ରଶିକ୍ଷକ ଶ୍ରୀ ପଧାନ ପ୍ରଶିକ୍ଷାର୍ଥୀ ମାନଙ୍କୁ +୨ ବିଜ୍ଞାନ ଓଡ଼ିଆ ବିଷୟରେ ଅଧ୍ୟୟନ କରିବା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ସହଜ ଭାବରେ ବିଷୟବସ୍ତୁ ଉପସ୍ଥାପନା କରିବା ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପଣ୍ଡା ଏହି ପ୍ରଶିକ୍ଷଣ ଶିବିର ଶିକ୍ଷା ର ଗୁଣବତ୍ତା ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ନେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା ବେହେରା ନିଜ ବକ୍ତବ୍ୟ ରେ +୨ ବିଜ୍ଞାନ ଓଡ଼ିଆ ରେ ପଢିବା ଦ୍ୱାରା ଛାତ୍ରଛାତ୍ରୀ ଙ୍କ ଭାଷା ଦକ୍ଷତା,ଚିନ୍ତନ ଶକ୍ତି ଓ ଅଭିବୃଦ୍ଧି କୁ ଉନ୍ନତ କରିବ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଏଭଳି ପ୍ରଶିକ୍ଷଣ ଶିବିର ଶିକ୍ଷକ ମାନଙ୍କ ପାଇଁ ଜ୍ଞାନ ବୃଦ୍ଧି ଓ ଶିକ୍ଷାଦାନ ଦକ୍ଷତା ବିକାଶରେ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଜିଲ୍ଲା ର ବିଭିନ୍ନ ସରକାରୀ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ୪୨ଜଣ ଅଧ୍ୟକ୍ଷ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ର ସଂଯୋଜନା ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ଧନ୍ୟବାଦ ଦେଇଥିଲେ।ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର ପ୍ଳାନିଙ୍ଗ କୋର୍ଡିନେଟର ଦେବେଶ ମିଶ୍ର,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ନୀଳାଚଳ ଗାଈଗରିଆ,ଶିକ୍ଷା କର୍ମଚାରୀ କରୁଣା ସା,ସୁକୁମାର ନନ୍ଦ ଓ ରାଧାଶ୍ୟାମ ପୁଟେଲ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande