
ବାରାଣସୀ (ଉତ୍ତର ପ୍ରଦେଶ), ୨୯ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ
ଦିନିଆ ବାରାଣସୀ ଗସ୍ତର ଶେଷ ଦିନ ଆଜି ସକାଳେ କାଶୀପୁରାଧିପତି ବାବା ବିଶ୍ୱନାଥଙ୍କ ସ୍ୱର୍ଣ୍ଣିମ
ଦରବାରରେ ଦର୍ଶନ-ପୂଜନ ପାଇଁ ବରେକା ଗେଷ୍ଟ ହାଉସରୁ ବାହାରିଲେ। ପ୍ରଧାନମନ୍ତ୍ରୀଙ୍କ କାଫିଲା ବରେକାର
ମୁଖ୍ୟ ଦ୍ୱାରରେ ପହଞ୍ଚିବା ସହିତ ଭାଜପା କାର୍ଯ୍ୟକର୍ତ୍ତାମାନେ ଶଂଖଧ୍ୱନି ଓ ପୁଷ୍ପବର୍ଷା
ମଧ୍ୟରେ ବିଜେତା ନାୟକ ଭଳି ଭବ୍ୟ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ
କାଫିଲା ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦିଗକୁ ବଢ଼ିବା ସମୟରେ ରାସ୍ତାରେ ଭାଜପା
କାର୍ଯ୍ୟକର୍ତ୍ତାମାନେ ଢୋଲ-ନଗାଡ଼ା ବଜାଇ “ମୋଦୀ-ମୋଦୀ” ନାରା ଦେଇଥିଲେ ଏବଂ ଗୋଲାପ ଫୁଲର ପାଖୁଡ଼ା ପକାଇଥିଲେ।
କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକମାନେ “ଜୟ-ଜୟ ଶ୍ରୀରାମ” ଓ “ହର-ହର ମହାଦେବ” ଧ୍ୱନି କରୁଥିଲେ। ମହିଳା କାର୍ଯ୍ୟକର୍ତ୍ତା ଓ ନାଗରିକମାନଙ୍କର ଉତ୍ସାହ ଦେଖି
ପ୍ରଧାନମନ୍ତ୍ରୀଙ୍କ କାଫିଲା ଧୀରେ ଧୀରେ ଆଗକୁ ବଢ଼ୁଥିଲା।
ପ୍ରଧାନମନ୍ତ୍ରୀ କକରମତ୍ତା
ଆରଓବି ହୋଇ ମଣ୍ଡୁଆଡିହ ଚୌରାହା, ପରେ ଫୁଲବରିଆ ଫ୍ଲାୟଓଭର ମାର୍ଗରେ ସେଣ୍ଟ୍ରାଲ ଜେଲ ରୋଡ୍ର ହକି ଛକ
ପର୍ଯ୍ୟନ୍ତ ରୋଡ୍ଶୋ କରି ପହଞ୍ଚିଥିଲେ। ସେଠାରୁ ଜେପି ମେହେତା ଛକ ହୋଇ ଆମ୍ବେଦକର ଚୌରାହା, କଚେହେରୀ ଗୋଲଘର ହୋଇ ପୋଲିସ ଲାଇନ ଛକକୁ ଆସିଥିଲେ। ପୋଲିସ ଲାଇନ
ତିରାହାରୁ ମକବୁଲ ଆଲମ ରୋଡ୍ ହୋଇ ଚୌକାଘାଟ, ଲହୁରାବୀର, କବୀରଚୌରା, ମୈଦାଗିନ ମାର୍ଗରେ ପ୍ରାୟ ୧୪ କି.ମି. ଦୂରତା ଅତିକ୍ରମ କରି ମନ୍ଦିରରେ
ପହଞ୍ଚିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା