
ସମ୍ବଲପୁର, ୨୯, ଏପ୍ରିଲ୍ (ହି.ସ.) ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ବଲପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଉପ ମହାପ୍ରବନ୍ଧକ ଜୟଗୋପାଳ ବେହେରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୨୦୦୧ ମସିହାରେ ବ୍ୟାଙ୍କରେ ଯୋଗ ଦେଇଥିବା ଶ୍ରୀ ବେହେରାଙ୍କର ବିଭିନ୍ନ ସ୍ଥାନରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିବାର ୨୪ ବର୍ଷରୁ ଉର୍ଦ୍ଧ୍ୱ ଅଭିଜ୍ଞତା ରହିଛି । ସେ ମଧ୍ୟପ୍ରଦେଶ, ଓଡିଶା, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି । ବର୍ତ୍ତମାନ ଶ୍ରୀ ବେହେରା ନିଜ ଜନ୍ମ ସ୍ଥାନ ସମ୍ବଲପୁର ଠାରେ ନିଜର ଦାୟିତ୍ୱ ନିର୍ବାହ କରିବେ । ତାଙ୍କ ମାର୍ଗଦର୍ଶନରେ ଗ୍ରାହକମାନଙ୍କୁ ସର୍ବୋତ୍ତମ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରାଯାଇ ପାରିବ ବୋଲି ବ୍ୟାଙ୍କର ବରିଷ୍ଠ ପଦାଧିକାରୀଙ୍କ ସୂତ୍ରରୁ ଆଶା ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ