ବାଇକ ଚୋର ଗିରଫ, ବାଇକ ଉଦ୍ଧାର
ମାଲକାନଗିରି, ୮ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜଙ୍ଗୀୱାଡା ଗ୍ରାମ ନିକଟରୁ ଚୋରି ହୋଇଥିବା ଏକ ବାଇକ ଚୋରି ଘଟଣାରେ କାଲିମେଳା ପୁଲିସ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ବାଇକଟିକୁ ଉଦ୍ଧାର କରିଛି । ସୂଚନା ମୁତାବକ ବେଜଙ୍ଗୀୱାଡା ସ୍କୁଲର ଶି
ବାଇକ ଚୋର ଗିରଫ, ବାଇକ ଉଦ୍ଧାର


ମାଲକାନଗିରି, ୮ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜଙ୍ଗୀୱାଡା ଗ୍ରାମ ନିକଟରୁ ଚୋରି ହୋଇଥିବା ଏକ ବାଇକ ଚୋରି ଘଟଣାରେ କାଲିମେଳା ପୁଲିସ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ବାଇକଟିକୁ ଉଦ୍ଧାର କରିଛି ।

ସୂଚନା ମୁତାବକ ବେଜଙ୍ଗୀୱାଡା ସ୍କୁଲର ଶିକ୍ଷକ ସହଦେବ ସାହୁ ବେଜଙ୍ଗୀୱାଡା ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଘର ଆଗରେ ନିଜର ବାଇକ ରଖିଥିଲେ । ବାଇକଟି ଗତ ରବିବାର ରାତିରେ ଚୋରି ହୋଇଯାଇଥିଲା । ଶିକ୍ଷକ ସହଦେବ ଏ ବାବଦରେ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ପୁଲିସ ତଦନ୍ତ ଆରମ୍ଭ କରି ବେଜଙ୍ଗୀୱାଡା ଗ୍ରାମର ଡି ପ୍ରକାଶ ରାଓକୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଏକ ହୋଣ୍ଡା ଲିଭୋ ବାଇକ ୦ଡି୩୫ଏଫ୨୦୧୩ ଏବଂ ୫୦,୦୦୦ ଟଙ୍କା ଜବତ କରିଥିଲେ । ଏ ବାବଦରେ କାଲିମେଳା ଥାନାରେ କେସ ନମ୍ବର ୭୬/୨୬ ରେ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ ବିଶ୍ୱାଳ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande