ଏଲପିଜି ଗ୍ୟାସ କଳାବଜାରୀ : ୩୪୩୫ ସିଲିଣ୍ଡର ଜବତ , ୫ ଗିରଫ
ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ଗ୍ୟାସ୍ କଳା ବଜାରୀ ଅଭିଯୋଗରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଂଚ କରାଯାଇଛି । ସେଥିମଧ୍ୟରୁ ୭୦୨ଟି ଗ୍ୟାସ ଏଜେନ୍ସି ଓ ୧୨୧୩ଟି ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୩୪୩୫ ସିଲିଣ୍ଡର ଜବତ କରାଯାଇଛି । ଏତଦବ୍ୟତୀତ ଅତ୍ୟାବଶ୍
ydujdyt


ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ଗ୍ୟାସ୍ କଳା ବଜାରୀ ଅଭିଯୋଗରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଂଚ କରାଯାଇଛି । ସେଥିମଧ୍ୟରୁ ୭୦୨ଟି ଗ୍ୟାସ ଏଜେନ୍ସି ଓ ୧୨୧୩ଟି ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୩୪୩୫ ସିଲିଣ୍ଡର ଜବତ କରାଯାଇଛି । ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୨୩ ମାମଲା ରୁଜୁ କରାଯିବା ସହ ୨୩ଟି ଏଫଆଇଆର ଦାଖଲ କରାଯାଇଛି। ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।

ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ପ୍ରତିହତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଂଚ କରୁଛନ୍ତି । ଏହି ଟିମ ଗୁଡିକ ଦୈନିକ ଭିତିରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ତତା୍ୱବଧାନରେ ଯାଂଚ ପ୍ରକ୍ରିୟାକୁ କଡାକଡି କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande