
ଭବାନୀପାଟଣା, ୦୮ ଏପ୍ରିଲ (ହି.ସ.) - ଓଡିଆ ପକ୍ଷପାଳନ ଅବସରରେ ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ପତଞ୍ଜଳୀ ଯୋଗ ଶିବିରର କର୍ମକର୍ତା ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇଥଲେ । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ପଣ୍ଡା ଏହି ଶିବିରରେ ସମସ୍ତଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଓଡିଆ ପକ୍ଷ ପାଳନ ସମ୍ପର୍କରେ ସୂଚନା ଦେଇ ଯୋଗାଭ୍ୟାସ ଉପକାରିତା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଶ୍ରୀ ମୁଣ୍ଡ ଓଡିଆ ଅସ୍ମିତା ସମ୍ପକରେ ଉଲ୍ଲେଖ କରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ଏପ୍ରିଲ ପାହିଲାରୁ ୧୪ ଦିନ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଓଡିଆ ପକ୍ଷ ପାଳନ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଉକ୍ତ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ ଭି.ସି. ଡ. ନିବେଦିତା ନାଥ,ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷ୍ୟା ଅଗ୍ରୱାଲା, ଡେପୁଟି ରେଜିଷ୍ଟ୍ରାର ଜୟଦେବ ସାହୁ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକରି ଡଃ. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଶିକ୍ଷାବିତ ଡ. ଉମେଶ ଚନ୍ଦ୍ର ଶତପଥି ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରର ଶୁଭ ଉଦଘାଟନ କରି ରକ୍ତଦାନ ମହାପୁଣ୍ୟ ଉପରେ ଉଲ୍ଲେଖ କରି ସ୍ୱେଚ୍ଛାକୃତ ରକ୍ତଦାନ କରି ଅମୂଲ୍ୟ ଜୀବନକୁ ବଂଚାଇବାରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ରକ୍ତଦାନ ଶିବିର ରେ ଉପଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲ ରକ୍ତଦାନ କରିଥିଲେ। ଏହି ଅବସରରେ ଆଜି ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ ଓ ଧର୍ମଗଡ଼ ଉପଖଣ୍ଡ ରେ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସର୍ବମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ