ଓଡ଼ିଶା ପୋଲିସ ପକ୍ଷରୁ ପେନସନ , ଜିପିଏଫ ଅଦାଲତ ଅନୁଷ୍ଠିତ
ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଅକାଉଂଟାଂଟ ଜେନେରାଲ, ଓଡ଼ିଶା, ଭୁବନେଶ୍ୱର ଓ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୋଲ
fsg


ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଅକାଉଂଟାଂଟ ଜେନେରାଲ, ଓଡ଼ିଶା, ଭୁବନେଶ୍ୱର ଓ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପେନସନ ଏବଂ ଜିପିଏଫ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ପୋଲିସ ବିଭାଗର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା।

ଏହି ଅଦାଲତରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜି.ପି.ଏଫ୍., ପରିବାର ପେନସନ ଏବଂ ଅନ୍ୟାନ୍ୟ ଆର୍ôଥକ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ପ୍ରାଥମିକତା ଭିତିରେ ଶୁଣାଣି କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଉଦଘାଟନ କରିବା ସହ ଓଡ଼ିଶା ପୋଲିସ କର୍ମଚାରୀମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ପେନସନ ଅଦାଲତ ଆୟୋଜନ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ପଦକ୍ଷେପ ପେନସନ ଉପଭୋକ୍ତାଙ୍କ କଲ୍ୟାଣ ନିମନ୍ତେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ ହେବ ବୋଲି ସେ କହିଥିଲେ। ଏହାସହ ସେ ପ୍ରିନ୍ସିପାଲ ଅଆକାଉଂଟ ଜେନେରାଲ (ଏ ଆଣ୍ଡ ଇ ), କାର୍ଯ୍ୟାଳୟର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅଦାଲତରେ ମୋଟ ୬୮ ଜଣ ପେନସନର / ଫ୍ୟାମିଲି ପେନସନର ଉପସ୍ଥିତ ହୋଇ ନିଜର ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ମାମଲାକୁ ସଠିକ ଭାବରେ ପରୀକ୍ଷା କରାଯାଇ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାସହ ୧୬ଟି ପେନସନ୍ ପେମେଂଟ ଅର୍ଡର / ଗ୍ରାଚ୍ୟୁଟି ପେମେଂଟ ଅର୍ଡର / ଜିପିଏଫ୍ ସୂଚନା ପତ୍ର ଉପଭୋକ୍ତାମାନଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରିୟଦର୍ଶୀ ଏବଂ ଶ୍ରୀ ସ୍ୱାମୀ ଶୁଭମ ବୈଜନାଥ ,ଆଇଏ ଆଣ୍ଡ ଏଏସ୍ , ଉପ ମହାଲେଖାକାର, ଏଜି ଓଡ଼ିଶା, ଭୁବନେଶ୍ୱରଙ୍କ ଦ୍ୱାରା ବିତରଣ କରାଯାଇଥିଲା ।

ଏହି ଅଦାଲତରେ ଶ୍ରୀମତୀ ମମତା ମଲ୍ଲିକ (ଆର୍ôଥକ ପରାମର୍ଶଦାତା, ରାଜ୍ୟ ପୋଲିସ ମୁଖ୍ୟାଳୟ), ଶ୍ରୀ ସରୋଜ କୁମାର ନାଏକ, ଅର୍ଥ ଅଧିକାରୀ, ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଏବଂ ଏ.ଜି. କାର୍ଯ୍ୟାଳୟର ବରିଷ୍ଠ ଆକାଉଣ୍ଟ ଅଫିସର ଶ୍ରୀ ଶରତ କୁମାର ମହାପାତ୍ର, ଶ୍ରୀ ବିଶ୍ୱାସ କୁମାର ସିହ୍ନା ଓ ରବି କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପେନସନରମାନଙ୍କ ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ ଏବଂ ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶା ପୋଲିସର ପୂର୍ବତନ କର୍ମଚାରୀମାନେ ନିଜର ନ୍ୟାଯ୍ୟ ପ୍ରାପ୍ୟ ପାଇଁ ଯେପରି ଅଫିସକୁ ବାରମ୍ବାର ଦୌଡ଼ି ଅଯଥା ହଇରାଣ ନ ହୁଅନ୍ତି, ସେଥିପାଇଁ ଓଡ଼ିଶା ପୋଲିସ ଏହି ଅଭିନବ ପ୍ରୟାସ କରିଛି। ପେନସନଭୋଗୀଙ୍କ ପ୍ରତି ସମ୍ମାନ ଏବଂ ସେବା ମନୋଭାବ ପ୍ରଦର୍ଶନ କରିବା ଏହି ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande