କଲେଜ ଟପ୍ପର ଚିନ୍ମୟୀ ଓ ବନିତାଙ୍କୁ ସମ୍ବର୍ଦ୍ଧନା
ଭୁବନ, ୨୧ ମଇ (ହି.ସ.)- ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଯୁକ୍ତ ଦୁଇ କଳା ଛାତ୍ରୀ ଚିନ୍ମୟୀ ନାୟକ ୫୨୮ ( ୮୮ ପ୍ରତିଶତ) ଓ ବାଜି ରାଉତ ସ୍ମୃତି ହାୟର ସେକେଣ୍ଡାରୀ ସ୍କୁଲରେ ୫୪୧ ( ୯୦) ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ବନିତା ସାହୁଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ ମହ
ବନିତା ସାହୁ


ଚିନ୍ମୟୀ ଙ୍କୁ ସମ୍ବର୍ଦ୍ଧନା


ଭୁବନ, ୨୧ ମଇ (ହି.ସ.)- ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଯୁକ୍ତ ଦୁଇ କଳା ଛାତ୍ରୀ ଚିନ୍ମୟୀ ନାୟକ ୫୨୮ ( ୮୮ ପ୍ରତିଶତ) ଓ ବାଜି ରାଉତ ସ୍ମୃତି ହାୟର ସେକେଣ୍ଡାରୀ ସ୍କୁଲରେ ୫୪୧ ( ୯୦) ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ବନିତା ସାହୁଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନଙ୍କ ସଭାପତିତ୍ବରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଓ ଡଃ. ମମତା ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିନ୍ମୟୀ ନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଅନୁରୂପ ଭାବେ ବାଜି ରାଉତ କଲେଜରେ ଟପ୍ପର ବନିତା ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଉଭୟ ଛାତ୍ରୀ ସେମାନଙ୍କ ସଫଳତା ପାଇଁ କଠିନ ପରିଶ୍ରମ, ଭଗବାନଙ୍କ ଆଶୀର୍ବାଦ ଓ ଟିୟୁସନ ସାର୍ ମନ୍ମଥ ପତିଙ୍କ ଉନ୍ନତମାନର ଶିକ୍ଷାଦାନ ଓ ମାର୍ଗଦର୍ଶନକୁ ଶ୍ରେୟ ଦେଇଛନ୍ତି । ଚିନ୍ମୟୀ ଓ ବନିତା ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande