ରଥଖଳା ଚଳଚଞ୍ଚଳ ୩୧ ଦିନରେ, ୧୮ଟି ଅଖ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି
ପୁରୀ, ୨୧ ମଇ (ହି.ସ.)- ଜୁଲାଇ ୧୬ ତାରିଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ । ତିନିରଥର ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ରଥ ନିର୍ମାଣର ୩୧ତମ ଦିବସରେ ନିର୍ମାଣକାରୀ ସେବକମାନେ ରଥ କାର୍ଯ୍ଯରେ ନିମଗ୍ନ ରହିଛନ୍ତ
ରଥଖଳା ଚଳଚଞ୍ଚଳ ୩୧ ଦିନରେ ୧୮ ଟି ଅଖ ନିର୍ମାଣ କାର୍ଯ୍ଯ ଆଗେଇ ଛିଲିଛି


ରଥଖଳା ଚଳଚଞ୍ଚଳ ୩୧ ଦିନରେ ୧୮ ଟି ଅଖ ନିର୍ମାଣ କାର୍ଯ୍ଯ ଆଗେଇ ଛିଲିଛି


ପୁରୀ, ୨୧ ମଇ (ହି.ସ.)- ଜୁଲାଇ ୧୬ ତାରିଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ । ତିନିରଥର ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ରଥ ନିର୍ମାଣର ୩୧ତମ ଦିବସରେ ନିର୍ମାଣକାରୀ ସେବକମାନେ ରଥ କାର୍ଯ୍ଯରେ ନିମଗ୍ନ ରହିଛନ୍ତି । ତିନିରଥର ୪୨ ଗୋଟି ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ତିନିରଥର ଅଖ ନିର୍ମାଣ କାର୍ଯ୍ୟ, ତତ୍ ସହିତ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁଂହାଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ଫ୍ରେମ୍, ଏହି ଫ୍ରେମ୍ ର ଉଭୟ ପାର୍ଶ୍ୱରେ କୁଡୁକା ଦ୍ଵାର ସଂଯୁକ୍ତ ହେବ ପାର୍ଶ୍ଵଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଏବଂ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା, ଚାରି ନାହାକାର ଚତୁର୍ପାର୍ଶ୍ୱରେ ଉଠିବ ଚଉଦ ନାହାକା, ଏହାପରେ ତିନି ରଥର ଭୂଇଁ ସ୍ଥାପନ, ଏହି କ୍ରମରେ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତିଶୀଳ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ଆରମ୍ଭ ହେଲା ତିନିରଥ ବାକି ୧୮ ଗୋଟି ଅଖର ନିର୍ମାଣ କାର୍ଯ୍ୟ । ତିନିରଥର ମୋଟ ୨୧ ଗୋଟି ଅଖ ମଧ୍ୟରୁ ଚକ ଡେରା ନୀତି ପାଇଁ ତିନି ଗୋଟି ଅନୁକୂଳ ଅଖ ନିର୍ମାଣ ଶେଷ ହୋଇଥିଲା। ବାକି ତିନି ରଥର ୧୮ ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣା ସମେତ ସାଥୀ ମହାରଣା ମାନେ ବାକି ଅଖ ଗୁଡ଼ିକର ଉଭୟ ପାର୍ଶ୍ୱ ବାରିଶୀ ରେ ହାଣି ଚଉପଟ ପରେ ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି। ଆଜି ରଥ ନିର୍ମାଣ ତଦାରଖ କମିଟି ପ୍ରତିନିଧି ଦଳ ରଥ ଖଳା ବୁଲି ନିର୍ମାଣ କାର୍ଯ୍ୟ ତଦାରଖ ତଥା ଅନୁଧ୍ୟାନ କରିଛନ୍ତି। ତିନି ରଥର ଅଖ ଗୁଡିକୁ ଅନୁଧ୍ୟାନ କରି ଅଖ ନିର୍ମାଣ ପାଇଁ ରହିଥିବା କାଠର ଉଭୟ ପାର୍ଶ୍ଵର ଗଣ୍ଠି ତଥା ଗର୍ତ୍ତ ଥିବା ଅଖ କାଠକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି । ବିନ୍ଧ ଅନୁକୂଳ ପୂଜା ସହ ତିନିରଥ ଭୂଇଁଚଉତାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ତିନି ରଥର ୧୨ଟି ଲେଖାଏଁ ଚଉପଟ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକ ମାନେ ଭୂଇଁ ଚଉତାରେ ୪ଟି ଲେଖାଏଁ ପାଖୁଡ଼ା ବିନ୍ଧ ସହ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ ଖମ୍ବୀ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି । ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଗରଗରା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗରଗରା କାଠର ତିନି ପାର୍ଶ୍ୱ ଚଉପଟ ଶେଷ ହୋଇ ଆଉ ଗୋଟିଏ ପାର୍ଶ୍ୱରେ ଚଉପଟ କାର୍ଯ୍ୟ ଜାରୀ ରହିଛି। ରଥ ଖଳା ପାର୍ଶ୍ୱରେ ନିର୍ମିତ ସ୍ୱତନ୍ତ୍ର ଚାଳୀରେ କରତି ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ ପୂର୍ବରୁ ଉକ୍ତ ୪୦ ଫୁଟିଆ ପୋଲ ଗୟଳ ଧାଉରା କାଠର ଉଭୟ ପାର୍ଶ୍ୱକୁ ବାରିସୀରେ ହାଣି ସମତଳ କାର୍ଯ୍ୟ ବା ଚିତା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା କାଲି ଠାରୁ ପୋଲ ଗୟଳର ଚିରଟ କାର୍ଯ୍ୟ ଆରମ୍ଭ ହେବ। ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ଏବଂ ତୀଖ ଗୁଜରେ ସିଂହ ବିରଳ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ତିନି ରଥର ଦଣ୍ଡା ବିଡିଆ, ଅଗ ପାତେଳି, ବିଡିଆ ଚଉରସ ଦଣ୍ଡା କଣ୍ଟା ନିର୍ମାଣ ସହ ଗରଗରା ପାଇଁ ୨୫ ଏମ୍ ଏମ୍ ର ଅଗ ପାତେଲୀ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ଦୋଳବେଦୀ ଠାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରାରେ ମହାପ୍ରଭୁଙ୍କ ପୂଜା ନୀତି ପାଇଁ କାଠ ଉପକରଣ ମାନ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ ଜଣ, କରତୀ ସେବକ ୪ ଜଣ, ରୂପକାର ସେବକ ୨୧ ଜଣ, ତିନି ରଥର ଓଝା କମାର ସେବକ ୨୦ ଜଣ, ତୁମ୍ବ ବିନ୍ଧ କାରିଗର ୨ ଜଣ, ପାହି ମହାରଣା ୨ ଜଣ, ରଥଖଳା ସହାୟକ (ପାଣି ବାଲା) ୧ ଜଣ ମୋଟ ୨୦୫ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande