ଲିପୁ ହତ୍ୟାକାଣ୍ଡ : ୭ ଗିରଫ, ୬ ମୋଟରସାଇକେଲ ଜବତ
ପୁରୀ, ୨୬ ମଇ (ହି.ସ.)- ପୁରୀ ସଦରଥାନା ଅନ୍ତର୍ଗତ ନରସିଂହପାଟଣା ଗ୍ରାମ କାଜୁ ଜଙ୍ଗଲରେ ୨୪ ତାରିଖ ରାତି ୯ଟା ପରେ ଜଗନ୍ନାଥପାଟଣାର ଲିପୁ ଓରଫ କାଳୁ ଜେନା (୨୬)କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଏସପି ପ୍ରତୀକ ସିଂଙ୍କ ସମେତ ବ୍ରହ୍ମଗିରି, ପୁରୀ ସଦରଥାନା ଆଇଆଇସି ଓ ବରିଷ୍ଠ ପୋଲିସ
ଲିପୁ ହତ୍ୟାକାଣ୍ଡ ଘଟଣାରେ ୭ ଗିରଫ ୬ ମଟରସାଇକେଲ ଜବତ


ପୁରୀ, ୨୬ ମଇ (ହି.ସ.)- ପୁରୀ ସଦରଥାନା ଅନ୍ତର୍ଗତ ନରସିଂହପାଟଣା ଗ୍ରାମ କାଜୁ ଜଙ୍ଗଲରେ ୨୪ ତାରିଖ ରାତି ୯ଟା ପରେ ଜଗନ୍ନାଥପାଟଣାର ଲିପୁ ଓରଫ କାଳୁ ଜେନା (୨୬)କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଏସପି ପ୍ରତୀକ ସିଂଙ୍କ ସମେତ ବ୍ରହ୍ମଗିରି, ପୁରୀ ସଦରଥାନା ଆଇଆଇସି ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇ ଛାନଭିନ କରିଥିଲେ । ଏ ସମ୍ପର୍କରେ ପୁରୀ ସହରଥାନାରେ ୩୧୩/୨୬ରେ ମାମଲା ରୁଜୁ ହୋଇଥିଲା । ଏ ସମ୍ପର୍କରେ ଲିପୁର ବାପା କୁମର ଜେନା ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିପୁକୁ ଧାରୁଆ ଛୁରୀରେ ବେକ କାଟି ହତ୍ୟା କରାଯାଇଥିଲା । ନରସିଂହପାଟଣା ଓ ଜଗନ୍ନାଥପାଟଣା ଗ୍ରାମକୁ ପୋଲିସ ଆଇନ ଶୃଙ୍ଖଳା ସୁରକ୍ଷା ମଧ୍ୟରେ ରଖାଯାଇଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ଫରେନସିକ ବିଶେଷଜ୍ଞ ଆବଶ୍ୟକ ନମୁନା ସଂଗ୍ରହ କରିଥିଲେ । ଏହି ଘଟଣାଟି ଗୁରୁତ୍ୱ ଓ ସ୍ପର୍ଶକାତର ହୋଇଥିବାରୁ ଏକାଧିକ ପୋଲିସ ଟିମ୍ ନିୟୋଜିତ ହୋଇଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଶେଷରେ ୭ ଜଣଙ୍କୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ନରସିଂହପାଟଣାର ଅମୀୟ ମାଣିଆ (୧୯), ମଣ୍ଟୁ ଦାସ(୧୯), ଦିବାକର ଦାସ(୨୨), ଶାନ୍ତନୁ ଭୋଇ (୨୪), ପ୍ରଶାନ୍ତ ସେଠୀ (୨୨), ରାକେଶ ବେହେରା (୧୯) ଓ ସନ୍ତୋଷ କୁମାର ଦାସ (୨୭) । ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କ ଠାରୁ ୧ଟି ଛୁରୀ,୧ଟି ଲୁହାରଡ, ୨ଟି ବିଅର ବୋତଲ, ୧ଟି କାଠ ବାଡି, ୩ଟି ମୋବାଇଲ ଫୋନ ଓ ୬ଟି ମୋଟରସାଇକେଲ ଜବତ କରାଯାଇଛି ।

ଏ ସମ୍ପର୍କରେ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ପୁରୀ ଜିଲ୍ଲାରେ ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କୁ ଦୃଢ ହସ୍ତରେ ଦମନ କରାଯିବ । ଯେଉଁ ମାନେ ଶାନ୍ତି ଶୃଙ୍ଖଳା ଭଙ୍ଗ କରିବେ ସେମାନଙ୍କୁ ଛଡା ଯିବନାହିଁ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande