ଆଞ୍ଚଳିକ ସମସ୍ଯାର ଅଭିଯୋଗ ବେଳେ ଭିଡ଼ିଓ ଉତ୍ତୋଳନ ପାଇଁ ବିଡିଓଙ୍କ କଟକଣା
ଆଞ୍ଚଳିକ ସମସ୍ଯାର ଅଭିଯୋଗ ବେଳେ ଭିଡ଼ିଓ ଉତ୍ତୋଳନ ପାଇଁ ବିଡିଓଙ୍କ କଟକଣା
ଆଞ୍ଚଳିକ ସମସ୍ଯାର ଅଭିଯୋଗ ବେଳେ ଭିଡ଼ିଓ ଉତ୍ତୋଳନ ପାଇଁ ବିଡିଓଙ୍କ କଟକଣା


ଆଞ୍ଚଳିକ ସମସ୍ଯାର ଅଭିଯୋଗ ବେଳେ ଭିଡ଼ିଓ ଉତ୍ତୋଳନ ପାଇଁ ବିଡିଓଙ୍କ କଟକଣା


ଆଞ୍ଚଳିକ ସମସ୍ଯାର ଅଭିଯୋଗ ବେଳେ ଭିଡ଼ିଓ ଉତ୍ତୋଳନ ପାଇଁ ବିଡିଓଙ୍କ କଟକଣା


ଆଞ୍ଚଳିକ ସମସ୍ଯାର ଅଭିଯୋଗ ବେଳେ ଭିଡ଼ିଓ ଉତ୍ତୋଳନ ପାଇଁ ବିଡିଓଙ୍କ କଟକଣା


ସମ୍ବଲପୁର, ୨୬, ମେ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି ଆଞ୍ଚଳିକ ସମସ୍ଯା ଓ ଏହାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୁଚିଣ୍ଡା ବିଧାୟକଙ୍କ ନୋମିନୀ ସୁଶୀଲ କର, କୁଚିଣ୍ଡା ବ୍ଲକ ବିଡିଓଙ୍କ ସମେତ ବ୍ଲକ୍ ସ୍ତରିୟ ପ୍ରଶାସନିକ ଅଧିକାରୀ, ଏବଂ ସମସ୍ତ ପଂଚାୟତର ସମିତି ମେମ୍ବର ଯୋଗ ଦେଇଥିଲେ । ସମିତି ମେମ୍ବର ମାନେ ନିଜ ନିଜ ଅଞ୍ଚଳର ସମସ୍ୟା କହିବା ପରେ ତୁରନ୍ତ ସମସ୍ଯାର ସମାଧାନ ନେଇ ଜିଲ୍ଲା ପ୍ରଶାସନର ବିଚାର ବିମର୍ଶ ଅନୁଯାୟୀ ସମାଧାନ କରାଯାଇଥାନ୍ତା । ଏହି ବୈଠକ କୁଚିଣ୍ଡା ବ୍ଲକ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ବ୍ଲକ୍ ସ୍ତରିୟ ସମସ୍ତ ସାମ୍ବାଦିକ ମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା l ବୈଠକର ଆଲୋଚନା ଠିକ୍ ସରଗରମ ହୋଇ ଆସୁଥିବା ବେଳେ ଏକାଧିକ ସମିତି ସଦସ୍ୟ ନିଜ ନିଜ ଅଞ୍ଚଳର ପିଇବା ପାଣି ସମସ୍ୟାକୁ ଅଧିକାରୀଙ୍କୁ ଜଣାଉଥିବା ଦେଖିବାକୁ ମିଳିଥିଲା । ନିଜ ଅଞ୍ଚଳର ବିଧାୟକ ଖୋଦ୍ ପାନୀୟ ଜଳ ବିଭାଗର ମନ୍ତ୍ରୀ ଥିବାବେଳେ ଏଭଳି ସମସ୍ୟାକୁ ଉପସ୍ଥିତ ବୈଦ୍ୟୁତିକ ସାମ୍ବାଦିକ ମାନେ ଏହାର ଭିଡ଼ିଓ କରୁଥିଲେ । ଅଧିକାଂଶ ଗଣମାଧ୍ୟମ ପ୍ରତିନିଧି ପାନୀୟ ଜଳ ସଙ୍କଟକୁ ନେଇ ଉଠୁଥିବା ଅଭିଯୋଗକୁ ଭିଡିଓ କରୁଥିବା ଦେଖି ସ୍ଥାନୀୟ ବିଧାୟକ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ପ୍ରତିନିଧି ତୁରନ୍ତ ଏହି ଭିଡ଼ିଓ ଉତ୍ତୋଳନକୁ ବନ୍ଦ୍ କରିବା ପାଇଁ ବିଡ଼ିଓଙ୍କୁ ଈଶାରା କରିଥିଲେ । ଯାହାକି ଭିଡ଼ିଓ ଫୁଟେଜରେ ଦେଖିବାକୁ ମିଳୁଛି l ଆମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଡ଼ିଓ ବାଧ୍ୟ ବାଧକତାରେ ପାଣି ପାଇଁ ହେଉଥିବା ଅଭିଯୋଗ ଦୃଶ୍ୟର ଭିଡ଼ିଓ ଉଠାଇବା ପାଇଁ ବାରଣ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ବିଡିଓ ଓ ବିଧାୟକଙ୍କ ପ୍ରତିନିଧି କଣ ପାଇଁ ଭିଡ଼ିଓ ଉତ୍ତୋଳନକୁ ବାରଣ କଲେ ? ଅପରପକ୍ଷେ ଆଞ୍ଚଳିକ ସମସ୍ଯା ମଧ୍ୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଯାଇଛି । ଏସମ୍ପର୍କରେ ପୂର୍ବରୁ ଯେତେଥର ଉନ୍ନୟନ ବୈଠକ ହୋଇଛି ସେତେବେଳେ ମଧ୍ୟ ପାନୀୟ ଜଳ ଯୋଗାଣକୁ ନେଇ ଏକାଧିକ ଅଭିଯୋଗ ହୋଇଆସିଛି । ମାତ୍ର ବାରମ୍ବାର ଲୋକଙ୍କ ଅଭିଯୋଗ ସ୍ଵତ୍ବେ ଏହାର ସମାଧାନ କରିବାରେ ବିଡ଼ିଓ ଓ ମନ୍ତ୍ରୀଙ୍କ ପ୍ରତିନିଧି ନିଜ ଅକ୍ଷମତାକୁ ଲୁଚାଇବା ପାଇଁ ଆଜିର ବୈଠକରେ ପାନୀୟ ଜଳ ସମସ୍ୟାର ଭିଡ଼ିଓ ଉତ୍ତୋଳନରେ କଡ଼ା କଟକଣା ଲଗାଇବାକୁ ବାଧ୍ୟ ହୋଇଥିବା ସାଧାରଣରେ ମତପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande