
ଜୟପୁର, ୨୬ ମଇ (ହି.ସ.)-ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ପୁଟ୍ରା ଗ୍ରାମର କୃଷ୍ଣ ବିଷୋୟୀ । ଦେଶି ମଦ ଚାଲାଣ ହେଉଥିବା ଜୟପୁର ଅବକାରି ଥାନା ସୂଚନା ପାଇ ପୁଟ୍ରା ଠାରେ ଚଢଉ କରିଛି । ଚଢଉ କରି ୩୫ ଲିଟର ଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି