ଜଳଗଣନା ପ୍ରଶ୍ନାବଳୀରେ ଓବିସି ଯୋଡିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର, ୨୬, ମେ (ହି.ସ.) ଚଳିତ ଜନଗଣନା ପ୍ରଶ୍ନIବଳୀର ୧୨ ନମ୍ବର (ଯାହା ଓଡିଶା ରାଜ୍ୟରେ ୧୩ ନମ୍ବର) ପ୍ରଶ୍ନରେ ଓବିସି କୁ ଯୋଡିବା ପାଇଁ ଓବିସି ମଞ୍ଚ ପକ୍ଷରୁ କେନ୍ଦ୍ର ସରକାର ଙ୍କ ଠାରେ ପୁନର୍ବାର ଦାବି କରାଯାଇଛି । ଆଜି ଜିଲ୍ଲାର ରେଙ୍ଗାଲି ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମଞ୍ଚର କର୍ମକର୍ତ୍ତା କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସରକାର ଓବିସିଙ୍କ ଗଣନା କରୁ ନାହାନ୍ତି, ତେଣୁ ଓବିସିଙ୍କୁ କୌଣସି ସାମାଜିକ ନ୍ୟାୟ ମିଳିବ ନାହିଁ । ଭାରତର ସର୍ବବୃହତ ଏହି ପଛୁଆ ବର୍ଗ(ଓବିସି)ଙ୍କ ଜାତି ଜନଗଣନା ନ ହେବାରୁ ତାଙ୍କର ବିକାଶ ପାଇଁ ସମୁଚିତ ପଦକ୍ଷେପ ଏଯାବତ୍ ନିଆଯାଇ ପାରିନାହିଁ । ଓବିସିଙ୍କ ଜାତି ଜନଗଣନା ତଥ୍ୟ ବିନା ପଛୁଆ ବର୍ଗଙ୍କ ବିକାଶ ଅସମ୍ଭବ ବୋଲି କର୍ମକର୍ତ୍ତା ମାନେ କହିଥିଲେ I ଦାବିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ରେଙ୍ଗାଲି ବ୍ଲକ ର ଓବିସି କର୍ମୀ କିରଣ ବେହେରା,ଜ଼ିଲ୍ଲା ଓବିସି ମଞ୍ଚର ଆବାହକ ସରୋଜ ସାହୁ, ବିଶିଷ୍ଠ ଓବିସି କର୍ମୀ କୃପାସିନ୍ଧୁ ଖମାରି, ନରେଶ ମାହାନା, ଯତୀନ୍ଦ୍ର କୁମାର ପ୍ରଧାନ, ସୁନୀଲ ପ୍ରଧାନ, ଦିନେଶ ମାହାନା, ମନୋରଞ୍ଜନ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ ଙ୍କ ସମେତ ବ୍ଲକ ର ବହୁ ଜାତି ସମ୍ପ୍ରଦାୟ ଏବଂ ଓବିସି କର୍ମୀ ଉପସ୍ଥିତ ଥିଲେ I

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande