ଓଡିଶା ସିଭିଲ ସର୍ଭିସକେ ଜୟପୁରର ଯୁବକ ସନ୍ତୋଷ ୨୨ ତମ ରେଙ୍କ୍
ଜୟପୁର ୨୬ ମଇ (ହିସ) କୋରାପୁଟ ଜିଲ୍ଲା ଜୟପୁର ସହରର ଜୟନଗର ଅଂଚଳର ଯୁବକ ସନ୍ତୋଷ କୁମାରା ପଣ୍ଡା ଚଳିତ ବର୍ଷ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟର ୨୨ ତମ ରେଙ୍କ ଶ୍ରେଷ୍ଠତା ପ୍ରମାଣିତ କରିଛନ୍ତି । ଏହିପରି ବର୍ତମାନ ସେ ରାଜନୈତିକ ବିଜ୍ଞାନରେ ସ୍ମାତକତୋର କରିବା ପରେ ହାଇଦ୍ରାବଦ ସ୍ଥିତ କେନ୍ଦ୍
ଓଡିଶା ସିଭିଲ ସର୍ଭିସକେ ଜୟପୁରର ଯୁବକ ସନ୍ତୋଷ ୨୨ ତମ ରେଙ୍କ୍


ଜୟପୁର ୨୬ ମଇ (ହିସ) କୋରାପୁଟ ଜିଲ୍ଲା ଜୟପୁର ସହରର ଜୟନଗର ଅଂଚଳର ଯୁବକ ସନ୍ତୋଷ କୁମାରା ପଣ୍ଡା ଚଳିତ ବର୍ଷ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟର ୨୨ ତମ ରେଙ୍କ ଶ୍ରେଷ୍ଠତା ପ୍ରମାଣିତ କରିଛନ୍ତି । ଏହିପରି ବର୍ତମାନ ସେ ରାଜନୈତିକ ବିଜ୍ଞାନରେ ସ୍ମାତକତୋର କରିବା ପରେ ହାଇଦ୍ରାବଦ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ ପି.ଏଚଡି କରୁଛନ୍ତି । ଗତଥର ଶ୍ରୀ ପଣ୍ଡା ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସାକ୍ଷାତକାର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇନ ଥିଲେ । ଏହାପରେ ଦୈନିକ ୪ରୁ ୫ ଘଂଟା ପରିଶ୍ରମ କରିବା ସହିତ ଦ୍ୱିତୀୟ ଥର ପାଇଁ ଚଳିତବର୍ଷ ଚେଷ୍ଟା କରିଥିଲେ ଏବଂ ସଫଳତା ପାଇଥିଲେ । ଏହିପରି ଆଗାମୀ ଦିନରେ ସେ ଓଡିଶା ପ୍ରଶାସନିକ ସେବାରେ କାର୍ଯରେ ଯୋଗଦେବେ ଏବଂ ଆଗାମୀ ଦିନରେ କିଛି କାର୍ଯ୍ୟପନ୍ଥା ସ୍ଥିର କରିନଥିବା ବେଳେ କିନ୍ତୁ ତାଙ୍କର ପି.ଏଚଡି ପାଠ୍ୟକ୍ରମ ଜାରୀ ରଖିବେ ବୋଲି ହାଇଦ୍ରାବାଦ ଫୋନ ମାଧ୍ୟମରେ କୃତକାର୍ଯ୍ୟ ହୋଇଥିବା ଯୁବକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande