
ପୁରୀ, ୨୯ ମଇ (ହି.ସ.)-ଆନ୍ତର୍ଜାତିକ ତୀର୍ଥ ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପ୍ରଥମ ଥର ପାଇଁ ବିଶ୍ବସ୍ତରୀୟ ବ୍ରିକ୍ସ ସମ୍ମିଳନୀ ବଳିଆପଣ୍ଡା ସ୍ଥିତ ହୋଟେଲ ତାଜରେ ଜୁନ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୁରୀ ଏସପି ପ୍ରତୀକ ସିଂ । କଡା ସୁରକ୍ଷା ବଳୟରେ ରହିବ ହୋଟେଲର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ।ଟ୍ରାଫିକ ବ୍ଯବସ୍ଥାକୁ ସୁ ନିୟନ୍ତ୍ରିତ କରାଯିବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏଠାରେ ବ୍ରିକ୍ସର ମାନସ ମନ୍ଥନ ଅନୁଷ୍ଠିତ ହେବ । ଇଥ୍ଓପିଆ, ଇଣ୍ଡୋନେସିଆ, ଚାଇନା, ଇରାନ, ରୁଷିଆ, ସାଉଦି ଆରବ ଆଦି ୧୧ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବେ । ତାଜ ଆଖପାଖ ହୋଟେଲ ଓ ସମୁଦ୍ରକୂଳ ପଟୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବ । ବିଶ୍ବସ୍ତରୀୟ ସମ୍ମିଳନୀ ପୁରୀରେ ପ୍ରଥମ ଥର ହେଉଥିବାରୁ ପୁରୀର ଗୁରୁତ୍ୱ ଏବେ ବଢିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ