
ଜୟପୁର, ୨୯ ମଇ(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ପାର୍ବତୀ କଟିଆଙ୍କ ଘରୁ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ୨ଟା ସମୟରେ ପାର୍ବତୀ ସେଚ କରିବାକୁ ଯାଇଥିବା ସମୟରେ କିଛି ଦୁର୍ବୁତ ଘରେ ପଶି ଆଲମାରୀରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଅଭିଯୋଗକୁ ଭିତିକରି ପୁଲିସ ଏକ ମାମଲା ରୁଜୁ କରି ସନ୍ଧାନ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି