ମେ ୩୦ରୁ କୋରାପୁଟରେ ଏସ୍ଆଇଆର୍ ୨୦୨୬ ଆରମ୍ଭ
ଜୟପୁର, ୨୯ ମଇ(ହି.ସ.) – କୋରାପୁଟ ଜିଲ୍ଲାରେ ୩୦ ମଇ ୨୦୨୬ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ୨୦୨୬ ଆରମ୍ଭ ହେବ। ୨୦୦୨ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ହେଉଥିବା ଏହି ଘରକୁ ଘର ଯାଂଚରେ ୧,୧୬୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଜୁଲାଇ ୨୭ ପର୍ଯ୍ୟନ୍ତ ପ୍ରତ୍ୟେକ ଭୋଟରଙ୍କ ତଥ୍ୟ ଯାଂଚ କରିବେ
ମେ ୩୦ରୁ କୋରାପୁଟରେ ଏସଆଇଆର ୨୦୨୬ ଆରମ୍ଭ


ଜୟପୁର, ୨୯ ମଇ(ହି.ସ.) – କୋରାପୁଟ ଜିଲ୍ଲାରେ ୩୦ ମଇ ୨୦୨୬ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ୨୦୨୬ ଆରମ୍ଭ ହେବ। ୨୦୦୨ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ହେଉଥିବା ଏହି ଘରକୁ ଘର ଯାଂଚରେ ୧,୧୬୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଜୁଲାଇ ୨୭ ପର୍ଯ୍ୟନ୍ତ ପ୍ରତ୍ୟେକ ଭୋଟରଙ୍କ ତଥ୍ୟ ଯାଂଚ କରିବେ। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟୱାନ ମହାଜନ ଆଜି ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି ଯେ ୦୧.୦୭.୨୦୨୬ ସୁଦ୍ଧା ୧୮ ବର୍ଷ ପୂରଣ କରୁଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଯୋଡ଼ାଯିବ ଏବଂ ମୃତ/ସ୍ଥାନ୍ତରିତ ଭୋଟରଙ୍କ ନାମ ବାଦ ଦିଆଯିବ। ଚିଠା ଭୋଟର ତାଲିକା ୦୫ ଅଗଷ୍ଟ ୨୦୨୬ ରେ ପ୍ରକାଶ ପାଇବ ଓ ଚୂଡ଼ାନ୍ତ ତାଲିକା ୦୯ ସେପ୍େଟମ୍ବର ୨୦୨୬ରେ ପ୍ରକାଶ ହେବ।

“ଏହା ସାଧାରଣ ସଂଶୋଧନ ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କ ତଥ୍ୟ ଯାଂଚ ହେବ,” ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ବର୍ତମାନ ଜିଲ୍ଲାରେ ୯,୬୬,୪୨୪ ଭୋଟର ଅଛନ୍ତି ପୁରୁଷ ୪୮.୨୮%, ମହିଳା ୫୧.୭୦% ଓ ତୃତୀୟ ଲିଙ୍ଗ ୮୨ ଜଣ। ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧,୧୬୫ଟି ବୁଥ୍ ପାଇଁ ୧,୧୬୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ୧,୯୯୧ ଜଣ ବୁଥ୍ ସ୍ତରୀୟ ପ୍ରତିନିଧି ନିଯୁକ୍ତ ଅଛନ୍ତି। ଭୋଟର ଘରେ ନଥିଲେ ବୁଥ୍ ସ୍ତରୀୟ ଅଧିକାରୀ ତିନି ଥର ଯିବେ। ୦୫ ଅଗଷ୍ଟ ରୁ ୦୪ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତି ଦାଖଲ କରାଯାଇପାରିବ। ପତ୍ର ୬-ନୂଆ ନାମ, ପତ୍ର ୭-ନାମ କାଟିବା, ପତ୍ର ୮-ତ୍ରୁଟି ସଂଶୋଧନ ପାଇଁ ବ୍ୟବହାର ହେବ।

ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ଏସଆଇଆର ସମ୍ପୂର୍ଣ ମାଗଣା। କେହି ଟଙ୍କା ମାଗିଲେ ତୁରନ୍ତ ସହାୟତା ନମ୍ବର ୧୯୫୦ ରେ ଅଭିଯୋଗ କରନ୍ତୁ। ନାଗରିକମାନେ ନିଜେ ମଧ୍ୟ ଭୋଟର ପୋର୍ଟାଲ କିମ୍ବା ମୋବାଇଲ ଆପ ସୁବିଧାରେ ଗଣନା ପତ୍ର ପୂରଣ କରିପାରିବେ। “ଏହା କୌଣସି ଦଳର କାର୍ଯ୍ୟକ୍ରମ ନୁହେଁ, ଗଣତନ୍ତ୍ରକୁ ମଜବୁତ୍ କରିବାର କାର୍ଯ୍ୟକ୍ରମ। କୋରାପୁଟ ଜିଲ୍ଲାପ୍ରଶାସନର ଲକ୍ଷ୍ୟ କୌଣସି ଯୋଗ୍ୟ ଭୋଟର ବାଦ ନ ପଡ଼ନ୍ତୁ, କୌଣସି ଅଯୋଗ୍ୟ ନାମ ନ ରହୁ,” ବୋଲି ସେ କହିଛନ୍ତି।

ଏହି ଅବସରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ନରେଶ ଚନ୍ଦ ଶବର, ଆ.ଏ.ଏସ୍ ପ୍ରୋବେସନର ଅନୁପ ୍ନାୟକ, ଡେପୁଟି କଲେକଟର ନିର୍ବାଚନ ମଙ୍ଗଳ ଚରଣ ବାସ୍କେ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande