ଅନୁଗୁଳ ଜିଲ୍ଲାରେ ପ୍ରକଳ୍ପ ବିକାଶ ପାଇଁ ଏମସିଏଲ୍ ସ୍ୱାକ୍ଷର କଲା ୩.୯୩ କୋଟି ଟଙ୍କା
ଅନୁଗୁଳ ଜିଲ୍ଲାରେ ପ୍ରକଳ୍ପ ବିକାଶ ପାଇଁ ଏମସିଏଲ୍ ସ୍ୱାକ୍ଷର କଲା ୩.୯୩ କୋଟି ଟଙ୍କା
ଅନୁଗୁଳ ଜିଲ୍ଲାରେ ପ୍ରକଳ୍ପ ବିକାଶ ପାଇଁ ଏମସିଏଲ୍ ସ୍ୱାକ୍ଷର କଲା ୩.୯୩ କୋଟି ଟଙ୍କା


ସମ୍ବଲପୁର,୩୧, ମେ (ହି.ସ.) - ଏମସିଏଲ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ, ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମୁଦାୟିକ ବିକାଶ ଏବଂ ଭିତିଭୂମି ପ୍ରକଳ୍ପର ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ସହ ୩ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଏହି ସମସ୍ତ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଅନୁଗୁଳ ଜିଲ୍ଲାର ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା, ନାଗରିକ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା । ପ୍ରଥମ ବୁଝାମଣା ପତ୍ର ଅନୁଯାୟୀ, ଅନୁଗୁଳ ଜିଲ୍ଲାର ତାଇଁସି, ବାନ୍ତାଳ ଏବଂ ବାଗେଡିଆ ଗ୍ରାମରେ ଉପଯୁକ୍ତ ସୁଗନ୍ଧିତ ଫସଲ କ୍ଲଷ୍ଟର ଗଠନ ପାଇଁ ଏମସିଏଲ୍ ୩୧.୫୬ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିବ। ଏହାଦ୍ୱାରା ଏଫପିଓ ଅଧୀନରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୨,୨୦୦ ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପରେ ସୁଗନ୍ଧିତ ଫସଲ ଚାଷକୁ ପ୍ରୋତ୍ସାହନ, ଅର୍କ ବା ପାତନ ୟୁନିଟ୍ ପ୍ରତିଷ୍ଠା, ଦକ୍ଷତା ବିକାଶ, ମହିଳାମାନଙ୍କ ନେତୃତ୍ୱରେ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଏବଂ ସ୍ଥାୟୀ କୃଷି ପ୍ରଣାଳୀର ଗ୍ରହଣ ଆଦି ସାମିଲ ରହିଛି । ଅନ୍ୟ ଦୁଇଟି ବୁଝାମଣା ପତ୍ର ଜିଲ୍ଲାର ଭିତିଭୂମିର ଉନ୍ନତି ପାଇଁ କରାଯାଇଥିବା ବେଳେ ଏମସିଏଲ୍ ଅନୁଗୁଳର ଧଉରାଗୋଠ ଗ୍ରାମରେ ରାସ୍ତା ନିର୍ମାଣ ଏବଂ କ୍ରସ୍-ଡ୍ରେନେଜ୍ କାର୍ଯ୍ୟ ପାଇଁ ୨.୬୧ କୋଟି ଟଙ୍କା ପ୍ରଦାନ କରିବ, ଯାହାଦ୍ୱାରା ସାମାଜିକ ସ୍ତରରେ ପଛୁଆ ବର୍ଗର ୧୦୯ଟି ପୁନର୍ବାସିତ ପରିବାର ଉତମ ଯୋଗାଯୋଗ ଏବଂ ନାଗରିକ ସୁବିଧା ପାଇ ଉପକୃତ ହୋଇପାରିବେ। ସେହିଭଳି, ତାଳଚେର ପୌରାଂଚଳ ଅଧୀନରେ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ଭିତିଭୂମିର ଉନ୍ନତି ପାଇଁ ୬ଟି ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଏମସିଏଲ୍ ନିଜ ସିଏସଆର ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିବ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande