ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟି ସମୀକ୍ଷା ବୈଠକ
ବଲାଙ୍ଗୀର, ୩୧ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଙଝଡଇଘ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ
ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟି  ସମୀକ୍ଷା ବୈଠକ


ଜିଲ୍ଲା ସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟି  ସମୀକ୍ଷା ବୈଠକ


ବଲାଙ୍ଗୀର, ୩୧ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଙଝଡଇଘ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସତର୍କତା ଓ ଅନୁଧ୍ୟାନ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, କ୍ୟାବିନେଟ ମନ୍ତ୍ରୀ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)ଙ୍କ ପ୍ରତିନିଧି, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ବଲାଙ୍ଗୀର ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୃତ କୁମାର ପଣ୍ଡା, ମୁରିବାହଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, କମିଟି ସଦସ୍ୟଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ବୈଠକରେ ସାମାଜିକ-ଆଇନଗତ ମାମଲା, କଲ୍ୟାଣକାରୀ ସହାୟତା ବଂଟନ ଏବଂ ଭିତିଭୂମିର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଗଲା। ବୈଠକରେ ଅତ୍ୟାଚାର ମାମଲାର ସମାଧାନ ଏବଂ ଆର୍ôଥକ ସହାୟତା ବଂଟନକୁ ମୁଖ୍ୟ ଭାବରେ ଆଲୋଚନା କରାଗଲା। ବଲାଙ୍ଗୀର ଜିଲ୍ଲାରେ ବର୍ଷ ୨୦୨୨-୨୩ରୁ ଆଜିପର୍ଯ୍ୟନ୍ତ ଘଟିଥିବା ଅତ୍ୟାଚାର ମାମଲାଗୁଡ଼ିକର ସ୍ଥିତି ସମୀକ୍ଷା କରାଗଲା। ୧୨.୧୦.୨୦୨୨ ରେ ‘ସାକାର’(ଝଇଇଉଇଜ) ପୋର୍ଟାଲ୍ ଆରମ୍ଭ ହେବା ପରେ, ପୀଡ଼ିତମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ ପାଇଁ ୬୦୪ଟି ମାମଲା ମଞ୍ଜୁର କରାଯାଇଛି। କିନ୍ତୁ ଉଉଞଘଝ ମଡ୍ୟୁଲ୍ ଏବଂ ସାକାର ପୋର୍ଟାଲ୍ ମଧ୍ୟରେ ତଥ୍ୟ ସମନ୍ୱୟରେ ଯାନ୍ତ୍ରିକ ତ୍ରୁଟି ହେତୁ ୪୯ଟି ମାମଲା ପୋର୍ଟାଲରେ ବିଚାରାଧୀନ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ବଲାଙ୍ଗୀର ଏସପିଙ୍କ ଅଧୀନରେ ଥିବା ମାନବାଧିକାର ସୁରକ୍ଷା ସେଲ୍(ଐଜଚଉ)କୁ ଦାୟିତ୍ୱ ଦିଆଯାଇଛି।

ଅନ୍ତର୍ଜାତି ବିବାହ ପ୍ରୋତ୍ସାହନ ଯୋଜନାର ସ୍ଥିତି ସମୀକ୍ଷା କରାଗଲା। ସାମାଜିକ ସଂହତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ‘ସୁମଙ୍ଗଳ’(ଝଟଗଇଘଏଇଖ) ପୋର୍ଟାଲ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଜାରି ରହିଛି। ବର୍ତମାନ ପର୍ଯ୍ୟନ୍ତ ୫୨ଟି ଆବେଦନ ମିଳିଥିବାରୁ, ୧୩ଟି ମାମଲା ଜିଲ୍ଲାପାଳଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି, ୪ଟି ପୁନଃ-ଯାଂଚ ପାଇଁ, ୩୩ଟି ଡଋଙ ସ୍ତରରେ ବିଚାରାଧୀନ ରହିଛି ଏବଂ ୨ଟି ମାମଲା ଫେରସ୍ତ କରାଯାଇଛି। ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ ପରେ, ହିତାଧିକାରୀଙ୍କ ଯୁକ୍ତ ବ୍ୟାଙ୍କ ଖାତାକୁ ଊସକ୍ସରମଗ୍ଧ ଈରଦ୍ଭରଲସଗ୍ଧ ଞକ୍ସବଦ୍ଭଗ୍ଦଲରକ୍ସ (ଊଈଞ) ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ସମୟରେ ଜାଲ୍ ଜାତି ପ୍ରମାଣପତ୍ର ବ୍ୟବହାର ସମ୍ପର୍କରେ ୨ଟି ଅଭିଯୋଗ ମିଳିଥିବାରୁ କ୍ଷେତ୍ର ଯାଂଚ କରାଯାଇ ରିପୋର୍ଟ ଦାଖଲ କରାଯାଇଛି। ବଲାଙ୍ଗୀରରେ ସ୍ପେଶାଲ କୋର୍ଟ ଗୃହ ନିର୍ମାଣ କାର୍ଯ୍ୟରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ କମିଟି ଗଭୀର ଚିନ୍ତା ପ୍ରକଟ କରିଛି। ଏହି ମାମଲାର ଶୀଘ୍ର ସମାଧାନ ନିମନ୍ତେ ଜିଲ୍ଲା ସ୍ତରୀୟ ହାଇ ପାୱାର କମିଟିଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande