ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି, ୩୧ ମଇ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା। ଚାଲାଣ ପୂର୍ବରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। । ଏହି ଗଞ୍ଜେଇ କାହାର ଏବଂ କେଉଁଠାକୁ ଚାଲାଣ ହେବାକୁ ଥିଲା, ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ। ଗତ ୨୯ ତାରିଖ ରାତିରେ ଚିତ୍ରକୋ
ଚାଲାଣ ପାଇଁ ଜଙ୍ଘଲ ରେ ଲୁଚାଇ ରଖାଯାଇଥିବା ୧୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ


ମାଲକାନଗିରି, ୩୧ ମଇ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ବଡ଼ ସଫଳତା। ଚାଲାଣ ପୂର୍ବରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। । ଏହି ଗଞ୍ଜେଇ କାହାର ଏବଂ କେଉଁଠାକୁ ଚାଲାଣ ହେବାକୁ ଥିଲା, ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଗତ ୨୯ ତାରିଖ ରାତିରେ ଚିତ୍ରକୋଣ୍ଡା ପୋଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବାଡା ପଞ୍ଚାୟତର ଆରଙ୍ଗି ଗ୍ରାମ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଛି। ଖବର ପାଇବା ପରେ ବିଳମ୍ବ ନକରି ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ଚାଲାଣ ପାଇଁ ରଖାଯାଇଥିବା ଗଞ୍ଜେଇକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ପରିମାଣ ପ୍ରାୟ ଏକ ଟନ୍ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ଗଞ୍ଜେଇ କିଏ ଜଙ୍ଗଲରେ ଗଚ୍ଛିତ ରଖିଥିଲା, ସେନେଇ ପୋଲିସ ତନାଘନା ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande