
ଝାରସୁଗୁଡା, ୩୧ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ସାମ୍ପ୍ରତିକ ସଂସ୍କରଣ ରବିବାର ଝାରସୁଗୁଡ଼ା ଜିଲ୍ଲାର ପଞ୍ଚପଡ଼ାଠାରେ ସାମୂହିକ ଭାବେ ଶୁଣାଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସ୍ଥାନୀୟ ଜନସାଧାରଣଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମ ଶ୍ରବଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରେରଣାଦାୟୀ ବିଷୟବସ୍ତୁ ଓ ଜନକଲ୍ୟାଣମୂଳକ ବାର୍ତ୍ତାକୁ ମନୋଯୋଗର ସହ ଶୁଣିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଲୋକମାନେ ଏହି ସମସ୍ତ ବିଷୟକୁ ନେଇ ଆଲୋଚନା ମଧ୍ୟ କରିଥିଲେ।
ବିଧାୟକ ଶ୍ରୀ ତ୍ରିପାଠୀ ଜନସାଧାରଣଙ୍କ ମଧ୍ୟରେ ବସି କାର୍ଯ୍ୟକ୍ରମରେ ସହଭାଗୀ ହେବା ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଦିଗରେ ଏହାର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ