
ଗଞାମ, ୩୧ ମଇ (ହି.ସ.)- ଶେରଗଡ ସିଏଚସିର ବହୁ ବରିଷ୍ଠ ନାଗରିକଙ୍କ ଆୟୁଷ୍ମାନ ସ୍ୱାସ୍ଥ୍ୟକାର୍ଡ କରାଯାଇନଥିବା ଅଭିଯୋଗ ହୋଇଛି । ୭୦ରୁ ଉର୍ଦ୍ଧ୍ଵ ବୟସ୍କ ବ୍ଯକ୍ତିଙ୍କୁ ଆୟୁଷ୍ମାନ ବୟୋବନ୍ଦନା କାର୍ଯ୍ଯକ୍ରମରେ ସାମିଲ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଥିଲେ ମଧ୍ଧ ଶେରଗଡ ଅଂଚଳର ୭୦ରୁ ଉର୍ଦ୍ଧ ବ୍ଯକ୍ତି ଏଥିରୁ ବାଦ୍ ପଡିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଗଂଜାମ ସିଡିଏମଓ ଏବଂ ଶେରଗଡ ସିଏଚସି ଚିକିତ୍ସା ଅଧିକାରୀ ଘଟଣାର ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ