ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ ରୁମରୁ ସ୍ପାଏ କ୍ୟାମେରା ଜବତ ଘଟଣା : କନିଷ୍ଠ କିରାଣୀ ଗିରଫ
ଜଗତସିଂହପୁର, ୩୧ ମଇ (ହି.ସ.)- ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ ରୁମ୍ ରୁ ସ୍ପାଏ କ୍ୟାମେରା ଜବତ ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ଡିଆରଡିଏ କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥ
ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ ରୁମରୁ ସ୍ପାଏ କ୍ୟାମେରା ଜବତ ଘଟଣା : କନିଷ୍ଠ କିରାଣୀ ଗିରଫ


ଜଗତସିଂହପୁର, ୩୧ ମଇ (ହି.ସ.)- ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ ରୁମ୍ ରୁ ସ୍ପାଏ କ୍ୟାମେରା ଜବତ ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ଡିଆରଡିଏ କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।

ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ ଜଗତସିଂହପୁର ଏସପି ଅଙ୍କିତ ବର୍ମା କହିଛନ୍ତି ଯେ, ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାପରେ ଏପରି କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ କନିଷ୍ଠ କିରାଣୀ ସଞ୍ଜୟ ଅଧେଖାଙ୍କୁ ଶନିବାର ତିର୍ତୋଲ ପୋଲିସ ଗିରଫ କରିବା ପରେ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପୋଲିସ ଅଭିଯୁକ୍ତ ଠାରୁ ହିଡେନ କ୍ୟାମେରା ସହ ଏକ ମୋବାଇଲ, ପେନ୍ ଡ୍ରାଇଭ୍ ଓ ସିସିଟିଭି ହାର୍ଡ ଡିସ୍କ ଜବତ କରିଛି । ୟୁଟ୍ୟୁବ ଦେଖି ଅନଲାଇନରୁ ଗତ ଜାନୁଆରୀ ମାସରେ ଏହି କ୍ୟାମେରା ମଗାଇଥିଲା ଅଭିଯୁକ୍ତ । ଗତ ମାର୍ଚ୍ଚ ମାସରୁ ମହିଳା ୱାସରୁମ୍ ରେ ଏହି ସ୍ପାଏ କ୍ୟାମେରା ଲଗାଇଥିଲା ଅଭିଯୁକ୍ତ । ପ୍ରତି ସପ୍ତାହକୁ ଥରେ ଚାର୍ଜ କରି ପୁନର୍ବାର ନେଇ ସେଇ ସ୍ଥାନରେ ଲଗାଇ ମୋବାଇଲ ମାଧ୍ୟମରେ ଦେଖୁଥିଲା ବୋଲି ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।

ପ୍ରକାଶ ଥାଉକି, ଗତ ୨୫ ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା । ତାକୁ ଦେଖି ମହିଳା ଜଣକ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ପରେ ଗତ ୨୬ ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତୋଲ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏନେଇ ତିର୍ତୋଲ ପୋଲିସ ଏକ ୪ ଜଣିଆ ଟିମ୍ ଗଠନ କରିଥିଲା । ସାଇବର୍ ଟିମ୍ ସହାୟତାରେ ତନାଘନା କରି ସେହି କାର୍ଯ୍ୟାଳୟର କନିଷ୍ଠ କିରାଣୀ ସଞ୍ଜୟ ଅଧେଖାଙ୍କୁ ପୋଲିସ ଗିରଫ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande