ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତି ପିକଅପ୍ ଭ୍ୟାନ
କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ଘର ଆଗରୁ ଲୁଟି ନେଲେ ଗ୍ରୋସରୀ ଭର୍ତି ପିକଅପ୍ ଭ୍ୟାନ। କେନ୍ଦ୍ରାପଡ଼ା ଜିଲା ସଦର୍ ଥାନା ଅନ୍ତର୍ଗତ ଛଘରିଆ ଗାଁରେ ଘଟିଛି ଏହି ଘଟଣା। ଏହି ଗାଁର ଦୁଇ ଭାଇ ରଜତ କୁମାର ସାହୁ ଓ ରଶ୍ମିକାନ୍ତ ସାହୁ ନିଜ ଗାଁରେ ଗ୍ରୋସରୀ ଦୋକାନ କରିଛନ୍ତି। ଶନିବାର ସନ୍ଧ୍ୟାରେ କଟକ ମାଲ୍
ଘର ଆଗରୁ ଲୁଟିନେଲେ ଗ୍ରୋସରୀ ଭର୍ତି ପିକଅପ୍ ଭ୍ୟାନ


କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ଘର ଆଗରୁ ଲୁଟି ନେଲେ ଗ୍ରୋସରୀ ଭର୍ତି ପିକଅପ୍ ଭ୍ୟାନ। କେନ୍ଦ୍ରାପଡ଼ା ଜିଲା ସଦର୍ ଥାନା ଅନ୍ତର୍ଗତ ଛଘରିଆ ଗାଁରେ ଘଟିଛି ଏହି ଘଟଣା। ଏହି ଗାଁର ଦୁଇ ଭାଇ ରଜତ କୁମାର ସାହୁ ଓ ରଶ୍ମିକାନ୍ତ ସାହୁ ନିଜ ଗାଁରେ ଗ୍ରୋସରୀ ଦୋକାନ କରିଛନ୍ତି। ଶନିବାର ସନ୍ଧ୍ୟାରେ କଟକ ମାଲ୍ ଗୋଦାମରୁ ପ୍ରାୟ ୩ ଲକ୍ଷ ଟଙ୍କାର ବିଭିନ୍ନ ମସଲା ଓ ଗ୍ରୋସରୀ ଆଣି ଘର ଆଗରେ ଗାଡିରେ ରଖିଥିଲେ। ଆଜି ସକାଳୁ ସେସବୁକୁ ଅନଲୋଡ କରା ଯାଇଥାଆନ୍ତା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ ଗ୍ରୋସରୀ ଭର୍ତି ଗାଡି ଚୋରି କରି ନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଆଖପାଖରେ ଥିବା ସିସି କ୍ୟାମେରା ଯାଂଚ କରୁଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande