
ବୌଦ୍ଧ , 04 ମେ (ହି.ସ.) ବୌଦ୍ଧର ଆର୍ଟସ ଟେମ୍ପଲ କରାଟେ ଓ ତାଇକାଣ୍ଡୋ ଆସୋସିଏସନ ପକ୍ଷରୁ ବୌଦ୍ଧ ରାମଲୀଳା ପଡିଆଠାରେ ଅନୁଷ୍ଠାନର ବାର୍ଷିକ ବେଲ୍ଟ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଛି । ପ୍ରଶିକ୍ଷକ ତଥା ଥାର୍ଡ ଡନ ବ୍ଲାକ ବେଲ୍ଟ ସୁଧିର କୁମାର ବାରିକ୍ ଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଆସୋସିଏସନ ର ପ୍ରଶିକ୍ଷକ ସରୋଜ ପୁଜାହାରୀ ଓ ସୁଶାନ୍ତ କୁମ୍ଭାର ବେଲ୍ଟ ଗ୍ରେଡିଂ ଟେଷ୍ଟକୁ ପରିଚାଳନା କରିଥିଲେ । ତିନିଜଣ ଅଭିଜ୍ଞ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ଏହି ପରୀକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର 19 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ବୌଦ୍ଧ ଆସୋସିଏସନର ୧୭ ଜଣ ଓ ସୁବର୍ଣ୍ଣପୁର ଆସୋସିଏସନର ୨ ଜଣ ପ୍ରତିଯୋଗୀ ବିଭିନ୍ନ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୟଲୋ ବ୍ଲେଟରେ ୯ ଜଣ, ଅରେଞ୍ଜ ବେଲ୍ଟ ରେ ୫ ଜଣ ,ପରପଲ ବେଲ୍ଟରେ ୧ ଜଣ, ବ୍ରାଉନ ବେଲ୍ଟରେ ସ୍ନେହାରାଣୀ ମିଶ୍ର ଏବଂ ଓମପ୍ରକାଶ ଅମାତ ଉତ୍ତିର୍ଣ୍ଣ ହୋଇ ବେଲ୍ଟ କୃତିତ୍ୱ ହାସଲ କରିଥିଲେ । ସୁବର୍ଣ୍ଣପୁର ଆସୋସିଏସନ ର ୨ ଜଣ ପ୍ରତିଯୋଗୀ ବ୍ଲାକ୍ ବେଲ୍ଟ ହାସଲ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ନବମ ଡନ ବ୍ଲାକ ବେଲ୍ଟ ଡ. ଜ୍ଞାନରଂଜନ ମହାନ୍ତି, ମୁଖ୍ୟବକ୍ତା ଭାବରେ ବୌଦ୍ଧ ପୌରପାଳିକା ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ଆର୍ଟସ ଟେମ୍ପୁଲ ର ସଭାପତି ରଞ୍ଜିତ କୁମାର ରାଉତ ମଞ୍ଚାସୀନ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ବେଲ୍ଟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଡ.ମହାନ୍ତି ପ୍ରତିଯୋଗୀଙ୍କୁ ଉଚ୍ଚ ଆଶା ରଖି କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ପୌରାଧ୍ୟକ୍ଷ ଶ୍ରୀମିଶ୍ର ବୌଦ୍ଧ ଆର୍ଟସ ଟେମ୍ପଲର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ଆର୍ଟସ ଟେମ୍ପଲର ପ୍ରଶିକ୍ଷକ ସୁଧୀର ବାରିକ୍ ସମସ୍ତ ପ୍ରତିଯୋଗୀ,ଅଭିଭାବକ ଓ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ