ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ
ଗ୍ୱୌହାଟି, 06 ମଇ (ହି.ସ.)। ଆସାମର ମୁଖ୍ୟମନ୍ତ୍ରୀ ଡ଼ଃ ହିମନ୍ତ ବିଶ୍ୱ ଶର୍ମା ବିଧାନସଭା ନିର୍ବାଚନ 2026ର ଫଳାଫଳ ଆସିବାର ଦୁଇ ଦିନ ପରେ ବୁଧବାର ଲୋକ ଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟରେ ନୂତନ
ରାଜ୍ୟପାଳଙ୍କୁ ଇସ୍ତଫା     ଦେଲେ ଆସାମ ମୁଖ୍ୟମନ୍ତ୍ରୀ


ଗ୍ୱୌହାଟି, 06 ମଇ (ହି.ସ.)। ଆସାମର ମୁଖ୍ୟମନ୍ତ୍ରୀ ଡ଼ଃ ହିମନ୍ତ ବିଶ୍ୱ ଶର୍ମା

ବିଧାନସଭା ନିର୍ବାଚନ 2026ର ଫଳାଫଳ ଆସିବାର ଦୁଇ ଦିନ ପରେ ବୁଧବାର ଲୋକ ଭବନରେ ରାଜ୍ୟପାଳଙ୍କୁ

ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟରେ ନୂତନ

ସରକାର ଗଠନ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଯାଇଛି।

ଉଲ୍ଲେଖନୀୟ ଯେ, ଗତ 9 ଏପ୍ରିଲରେ ଅସମର 126ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା।

ମତଗଣନା 4 ମଇରେ ହୋଇଥିଲା। ଏଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକି 82ଟି ଆସନ ଜିତି

ସ୍ପଷ୍ଟ ଅଧିକାର ପାଇଥିଲା। ଏଥର ଭାଜପା ଏନଡିଏର ବ୍ୟାନର ତଳେ ନିର୍ବାଚନ ଲଢ଼ିଥିଲା।

ଏହିପରି ଏନଡିଏର ଅନ୍ୟ ଦୁଇ

ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ମଧ୍ୟ 10-10ଟି

ଆସନରେ ଜିତିଥିଲେ। ଏହିପରି ଏନଡିଏ ଜୋଟ 126ଟି ଆସନ ମଧ୍ୟରୁ ମୋଟ 102ଟି ଆସନ ଅଧିକାର କରିଛି।

ଅନ୍ୟପଟେ କଂଗ୍ରେସ କେବଳ

19ଟି ଆସନ ହାସଲ କରିପାରିଛି। କଂଗ୍ରେସ ମେଂଟରେ ସାମିଲ ଥିବା ରାଇଜର ଦଳ 2ଟି ଆସନ, ଏଆଇଉଡ଼ିଏଫ 2ଟି ଆସନ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) 1ଟି ଆସନ

ଜିତିଛି। ଏଥର ବାମପନ୍ଥୀ ଦଳର ସମ୍ପୂର୍ଣ୍ଣ ଭାବେ ପରାଜୟ ହୋଇଛି। 2021 ନିର୍ବାଚନରେ ବାମପନ୍ଥୀ

ଦଳ ଗୋଟିଏ ଆସନ ଜିତିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande