
ନୂଆପଡ଼ା,୬ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହ ଜିଲ୍ଲାର ୭ ଗୋଟି ସ୍ଥାନରେ ହେଲମେଟ ହବ ଆଜି ଶୁଭାରମ୍ଭ ହୋଇଯାଇଛି। ବାଇକ୍ ଚାଳକ ମାନଙ୍କୁ ୫୦ ଟଙ୍କାରେ ହେଲମେଟ ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟ ସାରି ଫେରିବା ବେଳେ ହେଲମେଟ ହବରେ ଜମା ଦେବାକୁ ନିର୍ଦ୍ଧେଶ ରହିଛି । ଆଜି ଖଡ଼ିଆଳ ସହରର ନୂତନ ବସଷ୍ଟାଣ୍ଡ ଠାରେ ହେଲମେଟ ହବର ଉଦ୍ଘାଟନ ହୋଇଅଛି। ଏହି ଉଦ୍ଘାଟନ ଉତ୍ସବରେ ଖଡ଼ିଆଳ ବିଡିଓ ମିଳନ କୁମାର ଖାଙ୍କର, ଖଡ଼ିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଖଡ଼ିଆଳ ଥାନାଧିକାରୀ ସୁମନ୍ତ କୁମାର ନାଏକ ପ୍ରମୁଖ ଯୋଗ ଦେଇ ଯୋଜନା ଶୁଭାରମ୍ଭ କରିଥିଲେ। ବାଇକ୍ ଚାଳକଙ୍କୁ ୫୦ ଟଙ୍କା ଦେଇ ହେଲମେଟ ପିନ୍ଧି ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରିଥିବା ବେଳେ ଫେରିବା ବେଳେ ହେଲମେଟକୁ ଜମା ଦେବାକୁ ପଡିବ ବୋଲି ନିର୍ଦ୍ଧେଶ ଦେଇଥିଲେ। ମହିଳା ସ୍ଵୟଂ ସହାୟକ ଦଳ ସଦସ୍ୟା ମାନେ ଯୋଗଦେଇ ବାଇକ ଚାଳକ ମାନଙ୍କୁ ସଚେତନ କରିଥିଲେ।ହେଲମେଟ ପିନ୍ଧିଥିବା ବାଇକ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ