ବେଆଇନ ବୋତଲ ପାଣି କାରବାର ବୃଦ୍ଧି, ଯାଞ୍ଚ କରିବାକୁ ଦାବି
ଜୟପୁର , 06 ମେ (ହି.ସ.)କୋରାପୁଟ ଜିଲ୍ଲା ରେ ଲୋକେ ପିଇବା ପାଣି ପାଇଁ ଖରାଦିନେ ବଜାରରୁ ପାଣି ପାଉଚ୍ କିମ୍ବା ବୋତଲ କିଣୁଥିଲେ । ଖରାଦିନେ ଅଧିକା ଚାହିଦା ରହିଛି l କିନ୍ତୁ ବର୍ତମାନ ବର୍ଷସାରା ପାଣି ପାଉଚ୍ ଓ ପାଣି ବୋତଲ ଲୋକଙ୍କ ପାଇଁ ଅତ୍ୟାବିଶକୀୟ ସାମଗ୍ରୀ ସାଜିଛି । କୋରାପୁଟ ଜିଲାରେ ସହରାଞ୍ଚ
ବେ ଆଇନ ବୋତଲ ପାଣି କାରବାର ବୃଦ୍ଧି, ଯାଞ୍ଚ କରିବାକୁ ଦାବି


ଜୟପୁର , 06 ମେ (ହି.ସ.)କୋରାପୁଟ ଜିଲ୍ଲା ରେ ଲୋକେ ପିଇବା ପାଣି ପାଇଁ ଖରାଦିନେ ବଜାରରୁ ପାଣି ପାଉଚ୍ କିମ୍ବା ବୋତଲ କିଣୁଥିଲେ । ଖରାଦିନେ ଅଧିକା ଚାହିଦା ରହିଛି l କିନ୍ତୁ ବର୍ତମାନ ବର୍ଷସାରା ପାଣି ପାଉଚ୍ ଓ ପାଣି ବୋତଲ ଲୋକଙ୍କ ପାଇଁ ଅତ୍ୟାବିଶକୀୟ ସାମଗ୍ରୀ ସାଜିଛି । କୋରାପୁଟ ଜିଲାରେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମ ପର୍ଯ୍ୟନ୍ତ ସବୁଠି ପାଣି ପାଉଚ ଓ ପାଣି ବୋତଲର ବେଶ ଚାହିଦା ରହିଥିବା ଲକ୍ଷ୍ୟ କରାଯାଇଛି । ପାଣି ଥଣ୍ଡା ଅବସ୍ଥାରେ ଉଚିତ ଦାମରେ ଓ ସୁବିଧାରେ ଉପଲବ୍ଧ ହେଉଥିବାରୁ ବର୍ଷ ସାର ସବୁ ବର୍ଗର ଲୋକଙ୍କ ଠାରେ ବେଶ ଆଦୃତ ହୋଇପାରିଛି । ଖରା ଦିନରେ ଅଧିକାରି ଚାହିଦା ରହିଛି । ଦୁଇ ଶହ ମିଲିଗ୍ରାମରୁ ଆରମ୍ଭ କରି ଲିଟର, ୫ ଲିଟର ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପ୍ୟାକେଟ ପିଇବା ପାଣିର ଚହିବା ବୃଦ୍ଧି ପାଇଛି । ବିବାହ, ବ୍ରତ, ସାମାଜିକ କାର୍ଯ୍ୟକ୍ରମରେ ଏଭଳି ଫ୍ୟାକେଟ ଓ ବୋତଲ ପାଣିର ବ୍ୟବହାର ବ୍ୟାପକ ପରିମାଣରେ ହେଉଛି । କିନ୍ତୁ ବଜାରରେ ମିଳୁଥିବା ପ୍ୟାକେକ୍ଟ ପିଇବା ପାଣି ବୋତଲ କେତେ ସୁରକ୍ଷିତ ତାକୁ ନେଇ କେହି ସଚେତନ ନ ଥିବା ମନେ ହେଉଛି । ୨୦୨୪ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନ କର୍ତ୍ତୃପକ୍ଷ ପ୍ଲଡ୍ ସେପ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ଉଚ୍ଚ ବିପଦ ପୂର୍ଣ ଖାଦ୍ୟ ବିଭଗ ବା ‘ହାଇ-ରିସ୍କ ଫୁସ୍ କାଟାଗୋରୀ ' ରେ ପ୍ୟାକେକ୍ଟ ପିଇବ ପାଣି ଓ ମିନେଟାଲ୍ ୱାଟର୍ ବର୍ଗୀକୃତ କରିଥିବା ଘୋଷଣା କରି ସାରିଛନ୍ତି । ଏହି ଉତ୍ପାଦ ଗୁଡ଼ିକୁ ବାଧ୍ୟତାମୂଳକ ଯାଞ୍ଚ ଓ ଥାର୍ଡ ପାର୍ଟି ଅଡିଟ୍ ତୃତୀୟ ପକ୍ଷ ହିସାବର ସମନ କରିବାକୁ ପଡ଼ିବା ।ଏହା ଜଣା ପଡ଼ିବା ପରେ ସ୍ଥାନୀୟ ସଂସ୍ଥାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି କଟକଣା ନଥିବାରୁ ଦିନ ଦ୍ୱିପ୍ରହରରେ ଏଭଳି ପାଣି ବୋତଲ ବଜାରରେ ବିକ୍ରି ହେଉଛି ଓ ନାମିଦାମ କମ୍ପାନୀ ଏହାକୁ ପ୍ରସ୍ତୁତ କରି ବଜାରରେ ବିକ୍ରି ପାଇଁ ଛାଡ଼ୁଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪/୫ଟି ଅନାମଧେୟ କମ୍ପାନୀ ପ୍ୟାକେଟ ପାଣି ପ୍ରସ୍ତୁତ କରୁଛନ୍ତି ଓ ଏହାକୁ ପ୍ରସ୍ତୁତ ପାଇଁ ବିଧବଦ୍ଧ ନିୟମ ରହିଥିଲେ ମଧ୍ୟ ବଜାରରେ ଉପଲବ୍ଧ ଅଧିକାଂଶ ପାଣି ପାଉଚ ଓ ପ୍ୟାକେଜ୍ ପିଇବା ପାଣି ଉତ୍ପାଦନ କମ୍ପାନୀ ସେହିସବୁ ନିୟମର ଖୋଲାଖୋଲି ଭଲଙ୍ଘନ କରୁଥିବା ଦେଖାଯାଇଛି । ପ୍ୟାକେକ୍ଟ ପାଣି ଉତ୍ପାଦନ କମ୍ପାନୀ ଆଇଏସଆଇ ମାର୍କ ସହ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନ କର୍ତ୍ତୃପକ୍ଷ ସେପ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ର ଅନୁମତି

ନେବା ପ୍ରସ୍ତୁତ ପାଣି ପାଉଚ ତଥା ବୋତଲ ଉପରେ ବ୍ୟାଚ୍ ନମ୍ବର ସହ ଉତ୍ପାଦନ ତାରିଖ ସ୍ପଷ୍ଟ ଉଲ୍ଲେଖ ରହିବା ବାଧ୍ୟତା ମୂଳକ । ପ୍ୟାଙ୍କି ହୋଇଥିବା ପାଣି କେତେ ଦିନ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ତାହ ମଧ୍ୟ ଉଲ୍ଲେଖ କରିବାକୁ ସ୍ୱଷ୍ଟ ନିର୍ଦେଶ ରହିଛି । ବଜାରରେ ଉପଲବ୍ଧ ପାଣି ପାଉଚ୍ ଉପରେ ଉତ୍ପାଦନ ତରିଖର ୩୦ ଦିନ ମଧ୍ୟରେ ବ୍ୟବହାର ଯୋଗ୍ୟ ଉଲ୍ଲେଖ ରହିଥିଲେ ମଧ୍ୟ

କେଉଁ ତାରିଖରେ ପ୍ୟାଙ୍କି ହୋଇଛି ତାହା ଉଲ୍ଲେଖ ରହୁ ନାହିଁ । ଫଳରେ ପାଣି ପାଉଚ୍ କେଉଁ ତରିଖରୁ ପ୍ୟାକିଂ ହୋଇ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ଗ୍ରାହକ ଜାଣିବା କଷ୍ଟକର । ବଜାରରେ ଉପଲବ୍ଧ ପାଉଚ୍ ଓ ପ୍ୟାକେଜ୍ ପିଇବା ପାଣି ନିୟମିତ ବ୍ୟବଧାନରେ ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତ କରା ଯାଇଛି । କିନ୍ତୁ ଏହି ବିଭାଗ ଏବେ କୋମା ରେ ରହିଥିବା ଅଭିଯୋଗ ହେଉଛି ଓ ଏହାର ସୁଯୋଗ ନେଇ ଦୋକାନୀଙ୍କ ସହ ଉତ୍ପାଦନକାରୀ କମ୍ପାନୀ ଯେଣତେଣ ପ୍ରକାରେଣ ନୀତିରେ ପାଣି ଭର୍ତ୍ତି କରି ବଜାରକୁ ଛାଡି ଥିବା ଦେଖାଯାଉଛି । ଯହାରା ଅଧିକାଂଶ ସମୟରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପାଣିରୁ ଦୁର୍ଗନ୍ଧ ହେଉଛି । ଏଭଳି ଏକ ସମ୍ବେଦନଶଳ ପ୍ରସଙ୍ଗ ପ୍ରତି ସରକାର ଗୁରୁତ୍ୱ ପ୍ରଚାର କରି ଏହାର ତ୍ପାଦନ, ବିକ୍ରୟ ଉପରେ ନିୟମ ଲାଗୁ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଅଧିକଂଶ କମ୍ପାନୀ ସରକାରୀ ନିୟମର ଖୋଲାଖୋଲି ଭଲଙ୍ଘନ କରି ଗ୍ରାହକଙ୍କୁ ଶୋଷଣ କରୁଛନ୍ତି । କିନ୍ତୁ ପ୍ରସ୍ତୁତକାରୀ କମ୍ପାନୀର ଅନୁମତି ପାଣି ପରୀକ୍ଷା ରିପୋର୍ଟ,ଲାଇସେନ୍ସ ସହ ଅନ୍ୟନ୍ୟ କାଗଜପତ୍ର ସଠିକ ରହିବା ନିହାତି ଜରୁରୀ ବୋଲି କହିଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande