
ନୂଆପଡ଼ା,୬ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ଠାରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ନୂତନ କୋଠା ନିର୍ମାଣ ନେଇ ଭୂମିପୂଜନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ପାରମ୍ପରିକ ଭୂମି ପୂଜନ କରିଥିବା ବେଳେ ଉନ୍ନତ ମାନର ନିର୍ମାଣ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଏହି ଶିକ୍ଷାନୁଷ୍ଠାନ ଅଞ୍ଚଳରେ ଶିକ୍ଷାର ଜ୍ୟୋତି ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ସ୍ୱପ୍ନକୁ ସାକାର କରିବ ବୋଲି କହିଥିଲେ। ଭୂମିପୂଜନ ଉତ୍ସବରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ସଂଯୁକ୍ତା କୁମାରୀ ସାହୁ, ସରପଞ୍ଚ ଜିତୁ କୁମ୍ଭାର, ଆଇନଜୀବୀ ଯୁଧିଷ୍ଠିର ମେହେର ଓ ରବୀନ୍ଦ୍ର କୁମ୍ଭାର, ସାହିଦ ଖାନଙ୍କ ସହ ବହୁ ନାଗରିକ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ