ରାମଗିରିରେ କାଠ ସହ ସାଇକଲ ଜବତ,   -
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ତ ରାମଗିରି ଠାରେ 13ଟି ଶାଳ କାଠ ସହ କୋରାପୁଟ , 06 ଜୁନ୍ (ହି.ସ.) ୨ ଟି ସାଇକେଲ ଜବତ କରାଯାଇଛି l ବନ ବିଭାଗ ସୂଚନା ଅନୁଯାଇ, ଗତ କାଲି ରାତିରେ ବନ ବିଭାଗ ପକ୍ଷରୁ ରାମଗିରି ଅଂଚଳରେ ନାଇଟ ପେଟ୍ରୋଲିଙ୍ଗ ଚାଲିଥିଲା, ଏହି ସମୟର
ରାମଗିରିରେ କାଠ ସହ ସାଇକଲ ଜବତ,   -


କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ତ ରାମଗିରି ଠାରେ 13ଟି ଶାଳ କାଠ ସହ

କୋରାପୁଟ , 06 ଜୁନ୍ (ହି.ସ.) ୨ ଟି ସାଇକେଲ ଜବତ କରାଯାଇଛି l ବନ ବିଭାଗ ସୂଚନା ଅନୁଯାଇ, ଗତ କାଲି ରାତିରେ ବନ ବିଭାଗ ପକ୍ଷରୁ ରାମଗିରି ଅଂଚଳରେ ନାଇଟ ପେଟ୍ରୋଲିଙ୍ଗ ଚାଲିଥିଲା, ଏହି ସମୟରେ ରାମଗିରି ଖେଳ ପଡିଆ ନିକଟରେ ଅଭିଯୁକ୍ତ ମାନେ ସାଇକଲ ଯୋଗେ 13 ଖଣ୍ଡ ଶାଳ କାଠ ଚୋରା ଚାଲାଣ କରୁଥିଲେ l ଅଭିଯୁକ୍ତ ମାନେ ଦୂରରୁ ବନ କର୍ମଚାରୀଙ୍କୁ ଦେଖି ଅନ୍ଧାରର ସୁଯୋଗ ନେଇ ସାଇକେଲ ସହ କାଠ ଛାଡି ଜଙ୍ଗଲ ମଧ୍ୟକୁ ଦୌଡ଼ି ଚାଲିଯାଇଥିଲେ l ବନ ବିଭାଗ କାଠ ସହ ସାଇକେଲ ଜବତ କରିଛି l ଏହି ଚଢ଼ାଉ ସମୟରେ ଗୁପ୍ତେଶ୍ୱର ବନଞ୍ଚଳ ବନପାଳ ରବୀନ୍ଦ୍ର ହନ୍ତାଳ, ବନରକ୍ଷୀ ସୌମ୍ୟ ରଞ୍ଜନ ସୁବୁଦ୍ଧି, ପୋରେଷ୍ଟ ପରା ସ୍ୱାର୍ଡ କାର୍ତିକ ଦଣ୍ଡସେନା, ରମେଶ ପୂଜାରୀ, ପଦ୍ମନାବ ଦାନୀ, ଭୁବନ ବାଗଦିରିଆ, ମୋହନ ଓଡ଼ିଆ, ଦୌତାରୀ ପ୍ରଧାନ, ଭାସ୍କର ଦଳେଇ, ରାମଚନ୍ଦ୍ର ଦଳପତି ପ୍ରମୁଖ ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande