
କୋଲକାତା/ନୂଆଦିଲ୍ଲୀ, ୮ ଜୁନ୍ (ହି.ସ.)- ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ସହିତ ରାଜ୍ୟସଭାର ସଦସ୍ୟତା ମଧ୍ୟ ଛାଡି ଦେଇଛନ୍ତି । ସୋମବାର ସକାଳେ ଦିଲ୍ଲୀରୁ ସେ ଦଳ ଛାଡିବାକୁ ଘୋଷଣା କରିଥିଲେ ଏବଂ ଆର. ଜି. କର ହସ୍ପିଟାଲର ଚର୍ଚ୍ଚିତ ଘଟଣା ଏବଂ ଦୁର୍ନୀତିକୁ ନେଇ ଦଳର ନେତୃତ୍ୱଙ୍କ ବିରୋଧରେ ଖୋଲାଖୋଲି ଭାବରେ ନିନ୍ଦା କରିଥିଲେ ।
ସୁଖେନ୍ଦୁ ଶେଖର ରାୟ ଦାବି କରିଛନ୍ତି ଯେ, ସେ ଆର.ଜି. କର ଅଧ୍ୟାୟ ପରେ ହିଁ ଦଳ ଛାଡିବାକୁ ନିଷ୍ପତି ନେଇଥିଲେ, ଯାହା ବର୍ତମାନ କାର୍ଯ୍ୟକାରୀ ହୋଇଛି । ସେ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ଦୁର୍ନୀତି ଏବଂ ଜନସାଧାରଣଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷ ଟିଏମସିର ପତନକୁ ଅନିବାର୍ଯ୍ୟ କରିଦେଇଛି ।
ଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ସେ କହିଛନ୍ତି ଯେ, ଭବିଷ୍ୟତରେ ସେ ସକ୍ରିୟ ରାଜନୀତିରୁ ଅବସର ନେବା ବିଷୟରେ ମଧ୍ୟ ବିଚାର କରିପାରନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଦଳ ଭିତରେ ଦୁର୍ନୀତି ଚରମ ସୀମାରେ ପହଂଚି ଥିଲା ଏବଂ ସଚ୍ଚୋଟ ନେତାମାନଙ୍କୁ ଅଣଦେଖା କରାଯାଇଥିଲା । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ତୃଣମୂଳ ନେତା ଦୁର୍ନୀତିଗ୍ରସ୍ତ ନୁହଁନ୍ତି ।
ସୁଖେନ୍ଦୁ ଶେଖର ମଧ୍ୟ ଦଳର ଜାତୀୟ ସ୍ତରର ନେତାଙ୍କ ଆୟ ଏବଂ ସମ୍ପତିର ତଦନ୍ତ ଦାବି କରିଛନ୍ତି । ଆର.ଜି. କର ମାମଲା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ସେ ସାର୍ବଜନିକ ଭାବେ ପୋଲିସ ଅଧିକାରୀଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ ଦାବି କରିଥିଲେ, କାରଣ ସେ ଏବେ ବି ଅନୁଭବ କରିଛନ୍ତି ଯେ ପ୍ରମାଣ ନଷ୍ଟ କରିବାରେ ସେମାନଙ୍କର ଭୂମିକା ଯାଂଚ୍ କରାଯିବା ଉଚିତ୍ । ତାଙ୍କ କହିବା ଅନୁଯାୟୀ, ସେହି ଘଟଣା ପରେ ଦୋଷୀମାନଙ୍କୁ ବଂଚାଇବା ପାଇଁ ପ୍ରୟାସ କରାଯାଇଥିଲା ଏବଂ ତା 'ପରେ ହିଁ ସେ ନିଷ୍ପତି ନେଇଥିଲେ ଯେ ସେ ଅଧିକ ଦିନ ଦଳରେ ରହିବେ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ