
ରାଂଚି, ୨୦ ଜୁଲାଇ(ହି.ସ.) – ଝାଡ଼ଖଣ୍ଡ ହାଇକୋର୍ଟ ମେସର୍ସ ଜୟ ବି. ଏଂଟରପ୍ରାଇଜେସ୍ ସହ ଜଡ଼ିତ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି ଚୁକ୍ତିନାମା ସମୟରେ ଉତ୍ପାଦ ଶୁଳ୍କ ହାର ହ୍ରାସ ପାଏ, ତେବେ ଠିକାଦାର ଲାଭ ବଜାୟ ରଖିପାରିବେ ନାହିଁ। ଏଭଳି ସ୍ଥିତିରେ ଟିକସ ହ୍ରାସର ଲାଭ ନିଯୁକ୍ତିଦାତା ସଂସ୍ଥାକୁ ମିଳିବ। ଜଷ୍ଟିସ୍ ଆନନ୍ଦ ସେନ୍ଙ୍କ ଅଦାଲତ ମେସର୍ସ ଜୟ ବି. ଏଂଟରପ୍ରାଇଜେସ୍ଙ୍କ ରିଟ୍ ପିଟିସନ୍କୁ ଖାରଜ କରି ଏହି ନିଷ୍ପତି ନେଇଛନ୍ତି।
ଏହାର ରାୟରେ କୋର୍ଟ କହିଛନ୍ତି ଯେ ଝାଡ଼ଖଣ୍ଡ ଉର୍ଜା ବିକାଶ ନିଗମ ଲିମିଟେଡ୍(ଜେୟୁଭିଏନ୍ଏଲ୍) ଦ୍ୱାରା ଠିକାଦାରଙ୍କ ବିଲ୍ରୁ ୧ ଟଙ୍କା କାଟିବା ସମ୍ପୂର୍ଣ୍ଣ ଆଇନଗତ ଥିଲା। ତେଣୁ ଆବେଦନକାରୀ ଏହି ପରିମାଣର ଫେରସ୍ତ ପାଇବାକୁ ହକଦାର ନୁହଁନ୍ତି।
କୋର୍ଟ କହିଛନ୍ତି ଯେ ଯଦି ଟିକସ ହାର ବୃଦ୍ଧି କାରଣରୁ ଜେୟୁଭିଏନ୍ଏଲ୍ ଦ୍ୱାରା ଅତିରିକ୍ତ ଆର୍ôଥକ ବୋଝ ବହନ କରାଯାଏ, ତେବେ ଟିକସ ହ୍ରାସ କାରଣରୁ ସେହି ସଂସ୍ଥାକୁ ମଧ୍ୟ ଲାଭ ମିଳିବା ଉଚିତ। ଯଦି ଠିକାଦାରଙ୍କୁ ଟିକସ ହ୍ରାସର ଲାଭ ରଖିବାକୁ ଅନୁମତି ଦିଆଯାଏ, ତେବେ ଏହା ଅଯଥା ସମୃଦ୍ଧିର ପରିସ୍ଥିତି ହେବ, ଯାହାକୁ ଆଇନ ଗ୍ରହଣ କରେ ନାହିଁ।
କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଉତ୍ପାଦ ଶୁଳ୍କ ହ୍ରାସ ଠିକାଦାରଙ୍କ ମୂଲ୍ୟ କିମ୍ବା ତାଙ୍କ ଲାଭାଂଶରେ ପରିବର୍ତନ କରିନଥିଲା, ବରଂ କେବଳ ତାଙ୍କ ଟିକସ ଦାୟିତ୍ୱ ହ୍ରାସ କରିଥିଲା। ତେଣୁ ଟିକସ ହ୍ରାସର ଲାଭ ଶେଷରେ ସେହି ସଂସ୍ଥା ନିକଟରେ ପହଂଚିବା ଉଚିତ ଯିଏ ଦେୟ ପ୍ରଦାନ କରିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି