ମୁମ୍ବାଇରେ ମୋବାଇଲ୍ ନେଟୱାର୍କ ଗୁଣବତା ଯାଂଚ
ଜିଓ ଏବଂ ଏୟାରଟେଲ୍ ଭଲ ପ୍ରଦର୍ଶନ କଲେ, ଏମ୍ଟିଏନ୍ଏଲ୍ ପଛରେ ନୂଆଦିଲ୍ଲୀ, ୨୦ ଜୁଲାଇ(ହି.ସ.) – ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ୍ ସବୁଠାରୁ ଭଲ ପ୍ରଦର୍ଶନ କରିଥିବାବେଳେ ରାଜ୍ୟ ପରିଚାଳିତ ଏମ୍.ଟି.ଏନ୍.ଏଲ୍.ର ନେଟୱାର୍କ ଜୁନ୍ ମାସରେ ମୁମ୍ବାଇରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରା
ମୁମ୍ବାଇରେ ମୋବାଇଲ୍ ନେଟୱାର୍କ ଗୁଣବତା ଯାଂଚ


ଜିଓ ଏବଂ ଏୟାରଟେଲ୍ ଭଲ ପ୍ରଦର୍ଶନ କଲେ, ଏମ୍ଟିଏନ୍ଏଲ୍ ପଛରେ

ନୂଆଦିଲ୍ଲୀ, ୨୦ ଜୁଲାଇ(ହି.ସ.) – ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ୍ ସବୁଠାରୁ ଭଲ ପ୍ରଦର୍ଶନ କରିଥିବାବେଳେ ରାଜ୍ୟ ପରିଚାଳିତ ଏମ୍.ଟି.ଏନ୍.ଏଲ୍.ର ନେଟୱାର୍କ ଜୁନ୍ ମାସରେ ମୁମ୍ବାଇରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଦ୍ୱାରା କରାଯାଇଥିବା ମୋବାଇଲ୍ ନେଟୱାର୍କ ଗୁଣବତା ପରୀକ୍ଷାରେ ସବୁଠାରୁ ଦୁର୍ବଳ ବୋଲି ଜଣାପଡ଼ିଥିଲା। ଏହି ପରୀକ୍ଷଣରେ କଲ୍ର ଗୁଣବତା, ନେଟୱର୍କ କଭରେଜ୍ ଏବଂ ଡାଟା ସ୍ପିଡ୍ ଭଳି ବିଭିନ୍ନ ପରିମାପକଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ନେଟୱର୍କ କଭରେଜ୍ ଦୃଷ୍ଟିରୁ, ଏୟାରଟେଲ୍ ୧୦୨ଟି ନମୁନାରେ କଭରେଜ୍ ବ୍ୟବଧାନ ରେକର୍ଡ଼ କରିଥିବାବେଳେ ଜିଓ ୧୪୪ ରେକର୍ଡ଼ କରିଛି। ଭୋଡାଫୋନ୍-ଆଇଡିଆ(ଭିଆଇ)ରେ କେବଳ ପାଂଚଟି ସ୍ଥାନରେ କଭରେଜ୍ ବ୍ୟବଧାନ ଥିବା ଦେଖିବାକୁ ମିଳିଥିଲା, ଯେତେବେଳେ ଏମ୍ଟିଏନ୍ଏଲ୍ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା ଏବଂ ଏହାର ନେଟୱାର୍କ ୧୭,୮୭୭ ନମୁନାରେ କଭରେଜ୍ ବ୍ୟବଧାନ ରେକର୍ଡ଼ କରିଥିଲା।

କଲ୍ ଡ୍ରପ୍ କ୍ଷେତ୍ରରେ ଜିଓ ସବୁଠାରୁ ଭଲ ପ୍ରଦର୍ଶନ କରିଥିଲା। ପରୀକ୍ଷା ସମୟରେ, ଏହାର ନେଟୱାର୍କରେ ଗୋଟିଏ ବି କଲ୍ ଡ୍ରପ୍ ରେକର୍ଡ଼ କରାଯାଇ ନଥିଲା। ଏୟାରଟେଲ୍ ଏବଂ ଭି ଗୋଟିଏ ଲେଖାଏଁ କଲ୍ ଡ୍ରପ୍ ରେକର୍ଡ଼ କରିଥିବାବେଳେ ଏମ୍.ଟି.ଏନ୍.ଏଲ୍.ର ନେଟୱାର୍କରେ ୨୮ଟି କଲ୍ ଡ୍ରପ୍ ରେକର୍ଡ଼ କରାଯାଇଛି।

ଏୟାରଟେଲର ନେଟୱାର୍କରେ କଲ୍ ସାଇଲେନ୍ସ ସମସ୍ୟା ୧୪ ଥର ରିପୋର୍ଟ କରାଯାଇଥିଲା। ଏଥିସହିତ, ଏହି ସମସ୍ୟା ଜିଓ ଏବଂ ଭିଆଇରେ କେବଳ ଥରେ ଦେଖାଗଲା। ଏ କ୍ଷେତ୍ରରେ ଏମ୍.ଟି.ଏନ୍.ଏଲ୍. ପାଇଁ କୌଣସି ଉଲ୍ଲେଖନୀୟ ପ୍ରଦର୍ଶନ ରେକର୍ଡ଼ କରାଯାଇ ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande