ମୁଖ୍ୟମନ୍ତ୍ରୀ ସାୟଙ୍କ ପ୍ରମୁଖ ସଚିବ ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁବୋଧ ସିଂହଙ୍କ ନକଲି ଫେସବୁକ୍ ଆକାଉଂଟ, ଟଙ୍କା ଦାବି
ରାୟପୁର, ୨୭ ଜୁଲାଇ (ହି.ସ.)- ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟଙ୍କ ପ୍ରମୁଖ ସଚିବ ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁବୋଧ ସିଂହଙ୍କ ନାମରେ ନକଲି ଫେସବୁକ୍ ପ୍ରୋଫାଇଲ୍ ସୃଷ୍ଟି କରି ସାଇବର ଠକେଇର ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ପରେ ପୋଲିସର ସାଇବର ସେଲ୍ ଏହି ଘଟଣାର ତଦନ୍ତ କରୁଛି। ଠକମା
ମୁଖ୍ୟମନ୍ତ୍ରୀ ସାୟଙ୍କ ପ୍ରମୁଖ ସଚିବ ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁବୋଧ ସିଂହଙ୍କ ନକଲି ଫେସବୁକ୍ ଆକାଉଂଟ, ଟଙ୍କା ଦାବି


ରାୟପୁର, ୨୭ ଜୁଲାଇ (ହି.ସ.)- ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟଙ୍କ ପ୍ରମୁଖ ସଚିବ ଏବଂ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁବୋଧ ସିଂହଙ୍କ ନାମରେ ନକଲି ଫେସବୁକ୍ ପ୍ରୋଫାଇଲ୍ ସୃଷ୍ଟି କରି ସାଇବର ଠକେଇର ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ପରେ ପୋଲିସର ସାଇବର ସେଲ୍ ଏହି ଘଟଣାର ତଦନ୍ତ କରୁଛି।

ଠକମାନେ ତାଙ୍କ ନାମ ଓ ଫଟୋର ଦୁରୁପଯୋଗ କରି ପରିଚିତମାନଙ୍କଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି ଏବଂ ସାଇବର ସେଲ୍ ଏହାର ତଦନ୍ତ କରୁଛି।

ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଜଣେ ଚତୁର ଠକ ସୋମବାର ଦିନ ହିଁ ଆଇଏଏସ୍ ସୁବୋଧ ସିଂହଙ୍କ ନାମରେ ଫେସବୁକ୍ରେ ନକଲି ପ୍ରୋଫାଇଲ୍ ତିଆରି କରିଥିଲା ଏବଂ ମାତ୍ର ୨ ଘଂଟା ମଧ୍ୟରେ ୫୮ ଜଣଙ୍କୁ ବନ୍ଧୁ କରିନେଇଥିଲା। ବନ୍ଧୁ ତାଲିକାରେ ସାମିଲ କରିବା ପରେ ଠକ ତାଙ୍କ ପରିଚିତମାନଙ୍କୁ ମେସେଞ୍ଜରରେ ବାର୍ତା ପଠାଇ ଟଙ୍କା ମାଗିବା ଆରମ୍ଭ କରିଥିଲା। ଘଟଣା ବିଷୟରେ ଜାଣିବାମାତ୍ରେ ଆଇଏଏସ୍ ସୁବୋଧ ସିଂହ ତୁରନ୍ତ ପୋଲିସକୁ ଅଭିଯୋଗ କରିଥିଲେ।

ଅଭିଯୋଗ ମିଳିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନକଲି ଫେସବୁକ୍ ଆକାଉଂଟ କିଏ ତିଆରି କରିଛି ଏବଂ ଏହା ପଛରେ କେଉଁମାନେ ସାମିଲ ଅଛନ୍ତି, ତାହା ଜାଣିବାକୁ ପୋଲିସ ପ୍ରୟାସ କରୁଛି। ସେହିପରି ପୋଲିସ ଏବଂ ସାଇବର ବିଶେଷଜ୍ଞମାନେ ସମୟ ସମୟରେ ଲୋକମାନଙ୍କୁ ଅପିଲ୍ କରୁଛନ୍ତି ଯେ, ସୋସିଆଲ୍ ମିଡିଆରେ କୌଣସି ବ୍ୟକ୍ତିଙ୍କ ନାମରେ ଟଙ୍କା ମାଗି ବାର୍ତା ଆସିଲେ ପ୍ରଥମେ ତାହାର ସତ୍ୟତା ଯାଂଚ କରନ୍ତୁ। ଯାଂଚ ବିନା କୌଣସି ଖାତାକୁ ଟଙ୍କା ସ୍ଥାନାନ୍ତର କରନ୍ତୁ ନାହିଁ।

-------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande