ମୁମ୍ବାଇ ସିରିଅଲ୍ ବ୍ଲାଷ୍ଟ: ଆବୁ ସାଲେମଙ୍କ ସମୟ ପୂର୍ବ ମୁକ୍ତି ଉପରେ ସୁପ୍ରିମକୋର୍ଟ ରାୟ ରଖିଲେ ସଂରକ୍ଷିତ
ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ୧୯୯୩ ମସିହାର ମୁମ୍ବାଇ ସିରିଅଲ୍ ବ୍ଲାଷ୍ଟ ମାମଲାରେ ଆବୁ ସାଲେମଙ୍କ ସମୟ ପୂର୍ବ ମୁକ୍ତି ଦାବି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ନ୍ୟାୟମୂର୍ତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଥିବା ବେଂଚ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ର
ମୁମ୍ବାଇ ସିରିଅଲ୍ ବ୍ଲାଷ୍ଟ: ଆବୁ ସାଲେମଙ୍କ ସମୟ ପୂର୍ବ ମୁକ୍ତି ଉପରେ ସୁପ୍ରିମକୋର୍ଟ ରାୟ ରଖିଲେ ସଂରକ୍ଷିତ


ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ୧୯୯୩ ମସିହାର ମୁମ୍ବାଇ ସିରିଅଲ୍ ବ୍ଲାଷ୍ଟ ମାମଲାରେ ଆବୁ ସାଲେମଙ୍କ ସମୟ ପୂର୍ବ ମୁକ୍ତି ଦାବି ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ନ୍ୟାୟମୂର୍ତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଥିବା ବେଂଚ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।

ଶୁଣାଣି ସମୟରେ ଆବୁ ସାଲେମଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ଋଷି ମଲ୍ହୋତ୍ରା କହିଥିଲେ ଯେ, ଜେଲରେ ଭଲ ଆଚରଣ ପାଇଁ ମିଳିଥିବା ସଜାରେ ରିହାତି ଏବଂ ବିଚାରାଧୀନ କଏଦୀ ଭାବେ କାଟିଥିବା ସମୟକୁ ମଧ୍ୟ ୨୫ ବର୍ଷର ସଜା ଗଣନାରେ ସାମିଲ କରାଯିବା ଉଚିତ। ସେ କହିଥିଲେ ଯେ, ଏହି ସମୟଗୁଡ଼ିକୁ ଯୋଡ଼ିଲେ ସାଲେମ ୨୫ ବର୍ଷରୁ ଅଧିକ, ପ୍ରାୟ ୨୬ ବର୍ଷର ସମୟ ପୂରଣ କରିସାରିଛନ୍ତି, ତେଣୁ ତାଙ୍କୁ ମୁକ୍ତ କରାଯିବା ଉଚିତ। ମଲ୍ହୋତ୍ରା କହିଥିଲେ ଯେ, ଟାଡା କୋର୍ଟ ମଧ୍ୟ ବିଚାରାଧୀନ ହାଜତ ସମୟର ଲାଭ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଜେଲ୍ ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରିନଥିଲା।

ଏହାପୂର୍ବରୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଏପ୍ରିଲ୍ ୨୦୨୫ରେ ଆବୁ ସାଲେମଙ୍କ ସମୟ ପୂର୍ବ ମୁକ୍ତି ଆବେଦନକୁ ଖାରଜ କରିସାରିଛନ୍ତି। ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଭାରତ ପ୍ରତ୍ୟର୍ପଣ ସମୟରେ ପର୍ତୁଗାଲକୁ ଯେଉଁ ଆଶ୍ୱାସନ ଦେଇଥିଲା, ସେହି ଅନୁଯାୟୀ ୨୫ ବର୍ଷର ସମୟ ନଭେମ୍ବର ୨୦୩୦ରେ ପୂରଣ ହେବ ଏବଂ ଭଲ ଆଚରଣ ଆଧାରରେ ସଜାରେ ମିଳୁଥିବା ରିହାତି ଦ୍ୱାରା ଏହି ସମୟକୁ କମାଯାଇପାରିବ ନାହିଁ।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande