ବନ ମହୋତ୍ସବ ସପ୍ତାହ ପାଳିତ
ଜୟପୁର, ୪ ଜୁଲାଇ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ପ୍ରୋଜେକ୍ଟ ହାଇସ୍କୁଲ, ବାରିଣିପୁଟ ଠାରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ବନ ମହୋତ୍ସବ ସପ୍ତାହ ଅବସରରେ ସଚେତନତା ଶିବିର ଅନ
ବନ ମହୋତ୍ସବ ସପ୍ତାହ


ଜୟପୁର, ୪ ଜୁଲାଇ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ପ୍ରୋଜେକ୍ଟ ହାଇସ୍କୁଲ, ବାରିଣିପୁଟ ଠାରେ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ବନ ମହୋତ୍ସବ ସପ୍ତାହ ଅବସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ତା'ପରେ ସ୍କୁଲ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ସେଥି ମଧ୍ୟରେ ପିଜୁଳି, ଓଉ, ପଣସ, କଦମ୍ବ, ଆମ୍ବ, ଅଁଳା, ନିମ, ଜାମୁକୋଳି ଇତ୍ୟାଦି। ପୁଣି ଅପରାହ୍ନ ୪ଟାରେ ଜିଲ୍ଲା ନ୍ୟାୟାଳୟ ଜୟପୁର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

ଏଥିରେ ଜିଲ୍ଲା ଦୌରାଜଜ କୋରାପୁଟ ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ନିଶିଥ୍ ନିଶାଙ୍କ, ଭିଜିଲାନ୍ସ ଜଜ୍ ମାନସ କୁମାର ପଣ୍ଡା, ବରିଷ୍ଠ ଦେବାନି ବିଚାରପତି ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟେମୟୀ ସୁଜାତା, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ଜୟପୁର, ଶ୍ରୀମତୀ ମଧୁସ୍ମିତା ଜେନା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀମତୀ ସୁମିତ୍ରା କୁମାରୀ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ହରମୋହନ ଦାସ, ଶୁଶ୍ରୀ ଦୀକ୍ଷ୍ମ୍ୟ ରାଉତରାଏ, ଡେପୁଟି ଚିଫ ଲିଗାଲ ଡିଫେନ୍ସ କାଉନସେଲ, ହିରିଶ ଚନ୍ଦ୍ର ମୁଦୁଲି, ବିଭାଗୀୟ ବନ ଅଧିକାରୀ ପ୍ରଶାନ୍ତ ପଟେଲ, ଏ.ସି.ଏଫ. ଅମିତ ନାୟକ, ଡେପୁଟି ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ମାଝୀ, ଉପଖଣ୍ଡ ବନ ବିଭାଗର ବନ ରକ୍ଷକ ଏବଂ ପ୍ରୋଜେକ୍ଟ ହାଇସ୍କୁଲ, ବାରିଣିପୁଟର ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠି, ଜୟପୁର ବିଚାରାଳୟର କର୍ମଚାରୀ ବୃନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ଏବଂ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande