ଚମ୍ପୁଆ ବ୍ଲକ କାର୍ଯ୍ୟାଳୟରେ ୱେଟିଂ ରୁମ୍ ର ଅଭାବ, ଗଛ ମୂଳେ ବସୁଛନ୍ତି ଲୋକେ
ଚମ୍ପୁଆ, ୪ ଜୁଲାଇ (ହି.ସ.)- ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟକଳାପ ଓ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଯୋଗୁଁ ଚମ୍ପୁଆ ବ୍ଲକ୍ କାର୍ଯ୍ୟାଳୟରେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବ୍ଲକ୍ ର ବିଭିନ୍ନ ଦୂରଦୂରାନ୍ତ ପଞ୍ଚାୟତରୁ ନିଜର ସରକାରୀ କାମ ପାଇଁ ଆସୁଥିବା ଗରିବ ଲୋକଙ୍କ ପାଇଁ ଏଠାରେ କୌଣ
ଚମ୍ପୁଆ ବ୍ଲକ କାର୍ଯ୍ୟାଳୟରେ ୱେଟିଂ ରୁମ୍ ର ଅଭାବ, ଗଛ ମୂଳେ ବସୁଛନ୍ତି ଲୋକେ


ଚମ୍ପୁଆ, ୪ ଜୁଲାଇ (ହି.ସ.)- ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟକଳାପ ଓ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଯୋଗୁଁ ଚମ୍ପୁଆ ବ୍ଲକ୍ କାର୍ଯ୍ୟାଳୟରେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ବ୍ଲକ୍ ର ବିଭିନ୍ନ ଦୂରଦୂରାନ୍ତ ପଞ୍ଚାୟତରୁ ନିଜର ସରକାରୀ କାମ ପାଇଁ ଆସୁଥିବା ଗରିବ ଲୋକଙ୍କ ପାଇଁ ଏଠାରେ କୌଣସି ବିଶ୍ରାମ ଗୃହ ବା ୱେଟିଂ ରୁମ୍ ର ବ୍ୟବସ୍ଥା ନାହିଁ। ଫଳରେ ଲୋକେ ବାଧ୍ୟ ହୋଇ କାର୍ଯ୍ୟାଳୟ ବାରଣ୍ଡା କିମ୍ବା ବାହାରେ ଥିବା ଗଛ ମୂଳେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ବ୍ଲକ୍ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ କର୍ମଚାରୀମାନେ ନିଜ ସିଟ୍ ରେ ଅନୁପସ୍ଥିତ ରହୁଛନ୍ତି। ବିଭିନ୍ନ ଭତ୍ତା, ରାସନ କାର୍ଡ, ଏବଂ ଆବାସ ଯୋଜନା ଭଳି ଜରୁରୀ କାମ ପାଇଁ ସକାଳୁ ଆସୁଥିବା ଲୋକେ ବାବୁମାନଙ୍କ ଅପେକ୍ଷାରେ ଦିନସାରା ଗଛ ମୂଳେ ବସି ରହୁଛନ୍ତି। ଖରା, ବର୍ଷାରେ ଆଶ୍ରୟ ନେବାକୁ ସେମାନଙ୍କ ପାଇଁ ସେଭଳି କୌଣସି ସୁବିଧା ନାହିଁ।

ଏହି ସମ୍ବେଦନଶୀଳ ସମସ୍ୟା ସମ୍ପର୍କରେ ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ ଏକ ବିଚିତ୍ର ଏବଂ ଦାୟିତ୍ୱହୀନ ବକ୍ତବ୍ୟ ଦେଇଛନ୍ତି। ବିଡିଓ କହିଛନ୍ତି ଯେ, ଏଠାରେ ୱେଟିଂ ରୁମ୍ ର କୌଣସି ଆବଶ୍ୟକତା ନାହିଁ। ଲୋକେ ଆସିବେ, ନିଜ ନିଜ କାମ କରି ଚାଲିଯିବେ। ତେବେ ଆବଶ୍ୟକ ସ୍ଥଳେ ଗୋଟିଏ ରୁମ୍ ଅଛି, ସେଥିରେ ଲୋକେ ବସିପାରିବେ। ବିଡିଓ ଗୋଟିଏ ରୁମ୍ ଥିବା କଥା କହୁଥିବା ବେଳେ, ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଉକ୍ତ ରୁମ୍ ଟି ସଦାସର୍ବଦା ବନ୍ଦ ରହୁଥିବାରୁ ଏହା ଲୋକଙ୍କର କୌଣସି କାମରେ ଆସୁନାହିଁ। ପ୍ରଶାସନର ଏଭଳି ବ୍ୟବସ୍ଥା ଏବଂ ଗରିବ ଲୋକଙ୍କ ପ୍ରତି ଥିବା ଉଦାସୀନ ମନୋଭାବକୁ ନେଇ ଏବେ ସାଧାରଣରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ଏହାର ପ୍ରତିକାର ସହ ଏଠାରେ ଏକ ସ୍ଥାୟୀ ୱେଟିଂ ରୁମ୍ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande