


ବଲାଙ୍ଗିର, ୪ ଜୁଲାଇ (ହି.ସ.)- ସୁପ୍ରତିଷ୍ଠିତ ତଥା ସାଂସ୍କୃତିକ ଅନୁଷ୍ଠାନ ଖଦ୍ୟୋତ ତରଫରୁ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ମାଲଗୋଦାମପଡା ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସୃଜନୀ ଶକ୍ତିର ବିକାଶ ତଥା ମାନବିକ ମୁଲ୍ୟବୋଧର ଜାଗରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଗୋବିନ୍ଦ ଅଗ୍ରୱାଲ ଛାତ୍ର ଛାତ୍ରୀଙ୍କୁ ଧର୍ମ ଓ ସଂସ୍କାର ତଥା ନୈତିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ସିଆରସିସି ସେକ୍ ଅବଦୁଲ ଆଲାମ, ସମ୍ମାନିତ ଅତିଥି ଭାବେ ପ୍ରଶନ୍ନ ମିଶ୍ର ଓ ଦିବାକର ହୋତା ମଂଚାସିନ ଥିଲେ ।
ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ପଣ୍ଡା ତଥା ବରିଷ୍ଠ ଶିକ୍ଷାବିତ୍ ଧର୍ମବ୍ରତ ରଥ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ବାଦଲ ସାମଲ, ସରସ୍ୱତୀ ମହାନ୍ତି, ରୁକ୍ମଣି ଭୋଇ, ଭାରତୀ ବାଗ, ରିତେଶ ହରିପାଲ ତଥା ରସରାଜ କୁମ୍ଭାର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ । ସ୍କୁଲ କମିଟିର ସଭାପତି ଯୁଧିଷ୍ଟିର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ