କୋଇଲା ଦୁର୍ନୀତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍ ଚିଟ୍ ପରେ; ଖର୍ଗେ କହିଲେ, ବଦନାମ କରିବାକୁ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ, ୧୧ ଅଗଷ୍ଟ (ହି.ସ.)- କୋଇଲା ଦୁର୍ନୀତିରେ ସୁପ୍ରିମ୍ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କୁ କ୍ଲିନ୍ ଚିଟ୍ ଦେବା ପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହା ତାଙ୍କୁ ବଦନାମ କରିବାର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେ କହିଥିଲେ
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ


ନୂଆଦିଲ୍ଲୀ, ୧୧ ଅଗଷ୍ଟ (ହି.ସ.)- କୋଇଲା ଦୁର୍ନୀତିରେ ସୁପ୍ରିମ୍ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କୁ କ୍ଲିନ୍ ଚିଟ୍ ଦେବା ପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହା ତାଙ୍କୁ ବଦନାମ କରିବାର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେ କହିଥିଲେ ଯେ, ଏହି ଅଭିଯାନ ଏବେ ବ୍ୟର୍ଥତାର ପରିସମାପ୍ତିରେ ପହଂଚିଛି ଏବଂ ଡଃ. ସିଂହ ପ୍ରତ୍ୟେକ ଅଭିଯୋଗରେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି । ଡଃ. ସିଂହଙ୍କ ସଚ୍ଚୋଟତା ଏବଂ ଉତରଦାୟିତ୍ୱର ରେକର୍ଡ ବର୍ତମାନର ମୋଦୀ ସରକାରଙ୍କ କାର୍ଯ୍ୟର ସମ୍ପୂର୍ଣ୍ଣ ଅଲଗା ଅଟେ ।

ଖର୍ଗେ ମଙ୍ଗଳବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ' ରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ଡଃ. ମନମୋହନ ସିଂହଙ୍କ ବିଷୟରେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଏକ ପ୍ରବନ୍ଧ ସେୟାର କରିବା ସହିତ ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଥିଲେ ଯେ, ଡଃ. ସିଂହଙ୍କ ବିରୋଧରେ ଅଭିଯାନ ସୁପରିକଳ୍ପିତ ଏବଂ ସଂଗଠିତ ଥିଲା, ଯେଉଁଥିରେ ଅମଲାତନ୍ତ୍ର, ଗଣମାଧ୍ୟମ, ନ୍ୟାୟପାଳିକା, ନାଗରିକ ସମାଜ ସହିତ ଆର. ଏସ. ଏସ. ଏବଂ ବିଜେପି ସହିତ ଜଡ଼ିତ ଲୋକମାନେ ସାମିଲ୍ ଥିଲେ ।

ଖର୍ଗେ କହିଛନ୍ତି ଯେ, ଡଃ. ସିଂହଙ୍କ ସଚ୍ଚୋଟତା ଏବଂ ଉତରଦାୟିତ୍ୱର ରେକର୍ଡ କେନ୍ଦ୍ରରେ ମୋଦୀ ସରକାରଙ୍କ କାର୍ଯ୍ୟର ବିପରୀତ ଅଟେ । ସେ ଅଭିଯୋଗ କରିଛନ୍ତି ଯେ, ସରକାର ରାଜନୈତିକ ବିରୋଧୀଙ୍କ ଉପରେ ଚାପ ପକାଇବା ପାଇଁ ଅପରାଧ ଏବଂ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ଇଡି ଏବଂ ସିବିଆଇ ଭଳି ସଂସ୍ଥାକୁ ବ୍ୟବହାର କରିଛନ୍ତି । ବିରୋଧୀ ଦଳରେ ଥିବା ସମୟରେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା ନେତାମାନଙ୍କୁ ବିଜେପିରେ ଯୋଗଦେବା ପରେ ହଠାତ୍ ମୁକ୍ତ' କରାଯାଏ ଏବଂ କେତେକ କ୍ଷେତ୍ରରେ ମନ୍ତ୍ରୀ ପଦ ମଧ୍ୟ ମିଳିଥାଏ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande