କେନ୍ଦୁଝରରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ଦାବି: ଅଗଷ୍ଟ ୧୮ ରୁ ଧାରଣା ଚେତାବନୀ
କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିର ଅହେତୁକ ବିଳମ୍ବ ନିମନ୍ତେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦୁଝର ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜାଣିଶୁଣି କେନ୍ଦୁଝର ଜିଲ୍ଲାରେ
Nps


କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିର ଅହେତୁକ ବିଳମ୍ବ ନିମନ୍ତେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦୁଝର ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଜାଣିଶୁଣି କେନ୍ଦୁଝର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପକ୍ରିୟାକୁ ମନ୍ଥର କରାଯାଉଛି ବୋଲି ସଂଘର କର୍ମକର୍ତାମାନେ ଦାବି କରିଛନ୍ତି। ବାରମ୍ବାର ଅନୁରୋଧ ସତ୍ୱେ ଦୀର୍ଘ ତିନିମାସ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପଦୋନ୍ନତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ଜିଲ୍ଲା ସଂଘର ସଭାପତି ଦିଲୀପ କୁମାର ରାଉତ ଅଭିଯୋଗ କରିଛନ୍ତି।

ରାଜ୍ୟ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ମନୋଜ କୁମାର ମହାନ୍ତ ଜଣାଇଛନ୍ତି ଯେ, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଅବହେଳା ଯୋଗୁଁ ପ୍ରମୋଶନ କାର୍ଯ୍ୟ ଏପର୍ଯ୍ୟନ୍ତ ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଅନାବଶ୍ୟକ ଭାବରେ ବାରମ୍ବାର ଭେରିଫିକେସନ ଆଳରେ ଶିକ୍ଷକମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ସଂଘ ତରଫରୁ ଅଭିଯୋଗ ହୋଇଛି।

ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମତାମତକୁ ଆଧାର କରି ଯଦି ଏହି ପଦୋନ୍ନତି ପ୍ରକ୍ରିୟା ଆସନ୍ତା ୧୭/୦୮/୨୦୨୬ ରିଖ ସୁଦ୍ଧା ସମ୍ପୂର୍ଣ୍ଣ ନ କରାଯାଏ, ତେବେ ଜିଲ୍ଲା ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆସନ୍ତା ୧୮/୦୮/୨୦୨୬ ଠାରୁ ପଦୋନ୍ନତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଧିକାରୀ,କେନ୍ଦୁଝରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଜିଲ୍ଲା ସଂଘର କର୍ମକର୍ତା ଶ୍ରୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି।

ଏହି ପ୍ରତିବାଦ କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ତଥା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେଲେ ସେଥିପାଇଁ ସଂଘ କୌଣସି ପରିସ୍ଥିତିରେ ଦାୟୀ ରହିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ପରିଶେଷରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ସଂଘର କର୍ମକର୍ତାଗଣ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ଶିକ୍ଷାଧିକାରୀ ଆସନ୍ତା କାଲି ଡିଏଲପିସି ବସାଇ ପ୍ରୋମସନ ପକ୍ରିୟାକୁ ସମ୍ପୂର୍ଣ କରିବେ ବୋଲି ସମସ୍ତଙ୍କ ସମୁଖରେ ପ୍ରକାଶ କରିଛନ୍ତି ।

--------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande