
ନୂଆଦିଲ୍ଲୀ, ଅଗଷ୍ଟ 12 (ହି.ସ) : ଯୁବକମାନଙ୍କ ଭୂମିକା ଏବଂ ସେବାର ଉତ୍ସାହକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଯୁବକମାନେ କେବଳ ଦେଶର ଭବିଷ୍ୟତ ନୁହଁନ୍ତି ବରଂ ବର୍ତ୍ତମାନର ସବୁଠାରୁ ବଡ଼ ଶକ୍ତି ମଧ୍ୟ ଅଟନ୍ତି। ବୁଧବାର ଦିନ 'ଏକ୍ସ ଅବସରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଦେଶର ଯୁବପିଢ଼ି ନିଜର ସମ୍ବେଦନଶୀଳତା, ସେବା ଏବଂ ଶକ୍ତି ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ସେ
ସଂସ୍କୃତର ଏହି ସୁଭାଷିତଟି ମଧ୍ୟ ସେୟାର କରିଛନ୍ତି—
“ଚକ୍ଷୁଷା ମନସା ବାଚା
କର୍ମଣା ଚ ଚତୁର୍ବିଧମ୍।
ପ୍ରସାଦୟତି ଯୋ ଲୋକଂ ତଂ
ଲୋକୋଽନୁପ୍ରସୀଦତି।।“
ଏହି ସୁଭାଷିତର ଅର୍ଥ
ହେଉଛି—ଯେଉଁ ବ୍ୟକ୍ତି ନିଜର ଦୃଷ୍ଟିକୋଣ,
ଚିନ୍ତାଧାରା,
ବାଣୀ ଏବଂ କର୍ମ ମାଧ୍ୟମରେ ଲୋକମାନଙ୍କ ହୃଦୟ ଜିତିପାରନ୍ତି, ସେ
ବଦଳରେ ଲୋକମାନଙ୍କର ବିଶ୍ୱାସ, ସମ୍ମାନ ଓ ସଦ୍ଭାବନା ଅର୍ଜନ କରନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା