ବନ୍ୟାରେ ୨୪ ଜିଲ୍ଲାର ୮୭୯ ପଂଚାୟତ କ୍ଷତିଗ୍ରସ୍ତ- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଚଳିତ ବନ୍ୟାରେ ୨୪ ଜିଲ୍ଲାର ୧୫୪ଟି ବ୍ଲକର ୮୭୯ ପଂଚାୟତ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା କ୍ଷୟକ୍ଷତିର ଆକଳନ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେବା ଅବସରରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ୨୪ ଜିଲ୍ଲାର ୧୫୪ଟି ବ୍ଲକର ୮୭୯ ପଂଚାୟତ ବନ୍
suresh pujari


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଚଳିତ ବନ୍ୟାରେ ୨୪ ଜିଲ୍ଲାର ୧୫୪ଟି ବ୍ଲକର ୮୭୯ ପଂଚାୟତ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା କ୍ଷୟକ୍ଷତିର ଆକଳନ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେବା ଅବସରରେ ଏହା କହିଛନ୍ତି।

ମନ୍ତ୍ରୀ କହିଛନ୍ତି ରାଜ୍ୟର ୨୪ ଜିଲ୍ଲାର ୧୫୪ଟି ବ୍ଲକର ୮୭୯ ପଂଚାୟତ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ େହୋଇଛି। ୨ ହଜାର ୮୫୫ଟି ଗାଁ ବନ୍ୟା ଯୋଗୁ କ୍ଷତିଗ୍ରସ୍ଥ ହୋଇଛି। ସହରାଂଚଳର ୨୦୯ଟି ୱାର୍ଡରେ ୧୩ ଲକ୍ଷ ୭୧ ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ବେଳେ ୩୬୬ଟି ଗାଁରୁ ୭ ଲକ୍ଷ ୨୨ ହଜାର ୭୩୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ ୭୯ ହଜାର ୮୨୪ ହେକ୍ଟର ଚାଷ ଜମି, ୫ ହଜାର ୪୪ ଘର କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ ପକ୍ଷରୁ ୭୮୩ ରିଲିଫ୍ କ୍ୟାମ୍ପ ଖୋଲାଯାଇଥିଲା। କୃଷି ବିଭାଗର କ୍ଷୟକ୍ଷତି ଏବଂ ସାହାଯ୍ୟ ନେଇ କ୍ୟାବିନେଟରେ ଆଲୋଚନା ହେବ। ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ। ପନିପରିବା ଚାଷୀଙ୍କ ପାଇଁ ମଧ୍ୟ ଅଧିକ ସାହାଯ୍ୟ ଦିଆଯିବ। କୃଷି, ସମବାୟ, ପଶୁସମ୍ପଦ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। କୌଣସି କ୍ଷତିଗ୍ରସ୍ତ ସହାୟତାରୁ ବଂଚିତ ହେଲେ ପଂଚାୟତ କିମ୍ବା ବ୍ଲକ୍ ଅଫିସକୁ ଯାଆନ୍ତୁ। ଅନ୍ୟ ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି କୌଣସି କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ। ଆବଶ୍ୟକ ହେଲେ କେନ୍ଦ୍ରକୁ ଅଧିକ ସହାୟତା ମାଗିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande