
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଆଇଆରସି ଭିଲେଜ୍
ଜୟଦେବ ବିହାର ଅଞ୍ଚଳରେ ଥିବା ଅଞ୍ଜନୀ କୋରିଅର ଅଫିସରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ପରେ
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା।
ଅଗ୍ନିକାଣ୍ଡର ଖବର ପାଇ ସଚିବାଳୟ ଫାୟାର ଷ୍ଟେସନ୍, ତମାଣ୍ଡୋ ଫାୟାର ଷ୍ଟେସନ୍ ଏବଂ ଷ୍ଟ୍ରାଇକିଂ ଫାୟାର ଫୋର୍ସର ଟିମ୍ ଘଟଣାସ୍ଥଳରେ
ପହଞ୍ଚିଥିଲେ । ଏକାଧିକ ଫାୟାର ଟିମ୍ ମିଳିତ ଭାବେ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ । ବର୍ତ୍ତମାନ
ନିଆଁ ନିୟନ୍ତ୍ରଣକୁ ଆସିଥିବା ସୂଚନା ମିଳିଛି । ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା
ଦେଇଛନ୍ତି ଅଞ୍ଚଳି କୋରିୟର ସର୍ଭିସର ମାଲିକ ସୁବ୍ରତ ତ୍ରିପାଠୀ।
ଘଟଣାରୁ ଜଣାପଡିଛି ଯେ, ଆଜି ଭୋର
ପ୍ରାୟ ୩.୩୦ ବେଳେ ଅଞ୍ଚଳି କୋରିୟର ସର୍ଭିସରେ କାମ କରୁଥିବା ୪ ଜଣ ପିଲା ଶୋଇଥିଲେ। ହଠାତ୍
ସେଠାରେ ଥିବା ପ୍ଲାଷ୍ଟିକ ବୋତଲ ଫୁଟିବା ସହିତ ଜୋରେ ଶବ୍ଦ ସୃଷ୍ଟି କରିଥିଲା। ଏବଂ ୨ ରୁମ ନିଆଁ
ଲାଗିଯାଇଥିଲା। ଅଧ ଘଣ୍ଟା ମଧ୍ୟରେ ଉଭୟ ରୁମ୍ ରେ ଅଗ୍ନିର ପ୍ରକୋପ ବଢ଼ିଥିଲା। ତେଣୁ ସେଠାରେ
ଥିବା ଲୋକେ ପ୍ରଥମେ କିଛି ଜିନିଷକୁ ବାହାରକୁ ଟାଣି ଆଣିଥିଲେ ଆଉ ଏହାପରେ ପାଣି ଯୋଗେ ନିଆଁକୁ
ଆୟତ କରିବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ନିଆଁ
ଆୟତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା