ଲାଂଚ ନେବା ବେଳେ ଧରାପଡିଲେ ଖଇରା ତହସିଲର ରାଜସ୍ୱ ନିରୀକ୍ଷକ
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.): ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ଟୁଡ଼ିଗଡ଼ିଆର ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି। ମ୍ୟୁଟେସନ୍ ମାମଲାରେ ଅନୁକୂଳ ଫିଲ୍ଡ ତଦନ୍ତ ରିପୋର୍ଟ
ଲାଂଚ ନେବା ବେଳେ ଧରାପଡିଲେ ଖଇରା     ତହସିଲର ରାଜସ୍ୱ ନିରୀକ୍ଷକ


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.): ଓଡ଼ିଶା

ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ଟୁଡ଼ିଗଡ଼ିଆର ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ

କୁମାର ସେଠୀଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି। ମ୍ୟୁଟେସନ୍ ମାମଲାରେ

ଅନୁକୂଳ ଫିଲ୍ଡ ତଦନ୍ତ ରିପୋର୍ଟ ଦେବା ଏବଂ ଆବେଦନକାରୀଙ୍କ ଜେଜେବାପାଙ୍କ ନାମରେ ରେକର୍ଡ ଅଫ୍

ରାଇଟ୍ସଜାରି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସେ ଲାଞ୍ଚ ଦାବି କରୁଥିବା

ଅଭିଯୋଗ ରହିଛି।

ଭିଜିଲାନ୍ସ ପକ୍ଷରୁ

କୁହାଯାଇଛି ଯେ, ଅଭିଯୋଗକାରୀ ନିଜ ପୈତୃକ ଜମିର ମ୍ୟୁଟେସନ୍ ପାଇଁ ଆବେଦନ କରିଥିଲେ, ଯାହାଦ୍ୱାରା

ସମ୍ପୃକ୍ତ ଜମିର ରେକର୍ଡପାଇପାରିବେ। ଅଭିଯୋଗ ଅନୁସାରେ, ରାଜସ୍ୱ ନିରୀକ୍ଷକ ସେଠୀ

କୌଣସି ଉଚିତ କାରଣ ନଥାଇ ମାମଲାର ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ। ପରେ ତାଙ୍କ ସହ ଯୋଗାଯୋଗ

କରାଯିବାରୁ ମ୍ୟୁଟେସନ୍ ମାମଲାକୁ ଆଗକୁ ବଢ଼ାଇବା ପାଇଁ ସେ ୫,୦୦୦

ଟଙ୍କା ଲାଞ୍ଚ ଦାବି କରିଥିଲେ।

ଏହାପରେ ଅଭିଯୋଗକାରୀ ଓଡ଼ିଶା

ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଟିମ୍ ବୁଧବାର ଜାଲ

ବିଛାଇଥିଲା। ଟୁଡ଼ିଗଡ଼ିଆସ୍ଥିତ କାର୍ଯ୍ୟାଳୟ କକ୍ଷରେ ସେଠୀ ଅଭିଯୋଗକାରୀଙ୍କଠାରୁ ୫,୦୦୦

ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରାଯାଇଥିଲା। ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ରାଜସ୍ୱ

ନିରୀକ୍ଷକଙ୍କ ନିକଟରୁ ସମ୍ପୂର୍ଣ୍ଣ ୫,୦୦୦ ଟଙ୍କା ଲାଞ୍ଚ ଜବତ କରିଛି। ଟ୍ରାପ୍ ଅପରେସନ୍ ପରେ ସେଠୀଙ୍କ

ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଦନ୍ତ ଦୃଷ୍ଟିରୁ ଏକକାଳୀନ

ତଲାସୀ ଅଭିଯାନ ଚାଲିଛି।

ଏହି ଘଟଣା ସମ୍ପର୍କରେ

ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୫/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ

ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ମାମଲାର

ବିସ୍ତୃତ ତଦନ୍ତ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande