ଭୁବନେଶ୍ୱରରେ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଭୁବନେଶ୍ୱରସ୍ଥିତ ନିଟକଲ୍ ଏଣ୍ଟରପ୍ରାଇଜ୍ ସର୍ଭିସେସ୍ର କ୍ୟାମ୍ପସରେ ସ୍ଥାପିତ ଜପାନୀଜ୍ ଏସଏପିସଫ୍ଟୱେର ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ସହ ଏଆଇ, ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ
ଭୁବନେଶ୍ୱରରେ ଜାପାନ ସେଣ୍ଟର     ଅଫ୍ ଏକ୍ସିଲେନ୍ସର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଭୁବନେଶ୍ୱରସ୍ଥିତ

ନିଟକଲ୍ ଏଣ୍ଟରପ୍ରାଇଜ୍ ସର୍ଭିସେସ୍ର କ୍ୟାମ୍ପସରେ ସ୍ଥାପିତ ଜପାନୀଜ୍ ଏସଏପିସଫ୍ଟୱେର

ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ସହ ଏଆଇ,

ରୋବୋଟିକ୍ସ ଓ ଜାପାନ ସେଣ୍ଟର ଅଫ୍ ଏକ୍ସିଲେନ୍ସର ଉଦ୍ଘାଟନ କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶାର ବଢ଼ୁଥିବା ସାମର୍ଥ୍ୟକୁ ପ୍ରତିଫଳିତ କରୁଛି। କୃତ୍ରିମ

ବୁଦ୍ଧିମତା , ରୋବୋଟିକ୍ସ, ସେମିକଣ୍ଡକ୍ଟର ଓ ଆଧୁନିକ ଡିଜିଟାଲ୍ ପ୍ରାତିଷ୍ଠାନିକ ଢାଞ୍ଚା

କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳ ଭାବେ ଆଗେଇ ଯାଉଛି। ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ

ନେତୃତ୍ୱରେ, ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ

ପରିଣତ ହେଉଛି। ଏଆଇପଲିସି, ସେମିକଣ୍ଡକ୍ଟର ପଲିସି ଓ ଜିସିସିପଲିସି

ମାଧ୍ୟମରେ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନାକୁ ସାକାର ରୂପ ଦେବା ପାଇଁ

ଆମର ନିରନ୍ତର ପ୍ରୟାସ ଜାରି ରହିଛି।

ଏହି ଅବସରରେ ମାନ୍ୟବର

ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ,

ଇନଆହୋ ଡିଜିଟାଲ ସଲ୍ୟୁସନର ସିଇଓଦେବେନ୍ଦ୍ର

ମହାନ୍ତ, ନିକଟାଲର

ସିଇଓଜୟଶ୍ରୀ ମହାନ୍ତ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande