ମୃତକଙ୍କ ଘରେ ବିଜେପି ଓ ବିଜେଡ଼ି ଟିମ
ଭଦ୍ରକ, ୨୫ ଅଗଷ୍ଟ (ହି.ସ.) -ବନ୍ୟା ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଧାମନଗର ଅଂଚଳର ମୃତକଙ୍କ ପରିବାରକୁ ଭେଟିଛନ୍ତି ଶାଶକ ବିଜେପି ଏବଂ ବିରୋଧୀ ବିଜେଡ଼ି ଟିମ। ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପରାମର୍ଶରେ ବିଜେପିର ଏକ ପ୍ରତିନିଧି ଦଳ ରେବ ନଦୀର ପ୍ରଖର ସ୍ରୋତ
MRUTAKANKA GHARE BJP & BJD TEAM


ଭଦ୍ରକ, ୨୫ ଅଗଷ୍ଟ (ହି.ସ.) -ବନ୍ୟା ପରିସ୍ଥିତିରେ ମୃତ୍ୟୁବରଣ କରିଥିବା ଧାମନଗର ଅଂଚଳର ମୃତକଙ୍କ ପରିବାରକୁ ଭେଟିଛନ୍ତି ଶାଶକ ବିଜେପି ଏବଂ ବିରୋଧୀ ବିଜେଡ଼ି ଟିମ। ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପରାମର୍ଶରେ ବିଜେପିର ଏକ ପ୍ରତିନିଧି ଦଳ ରେବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଥିବା ଦଇପୁର ନାରାୟଣପୁର ଗ୍ରାମର ଛାତ୍ରୀ ଇପ୍ସିତା ନାଥଙ୍କ ଘରେ ପହଂଚିଥିଲେ।ମୃତା ଇପସିତାଙ୍କ ବାପା ଚକ୍ରଧରଙ୍କୁ ସମବେଦନା ଜଣାଇବା ସହ ଆର୍ôଥକ ସହାୟତା ଯୋଗାଇ ଦେଇଥିଲେ ବିଜେପି ଟିମ।ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ,ଆଇନଜୀବୀ ଦୀପ୍ତିରଞ୍ଜନ ଜେନା,ବୁଦ୍ଧଦେବ ଜେନା,ଶ୍ରୀକାନ୍ତ ନାୟକ,ରାଜେନ୍ଦ୍ର ସାହୁ,ଇଂ କିଶୋର ଦାସ,ଗୟାଧର ନାୟକ,ପ୍ରଶାନ୍ତ ସାହୁ,ରାଜୀବ ନାୟକ,ରାଜୀବ ଦାସ ପ୍ରମୁଖ ଏଥିରେ ସାମିଲ ଥିଲେ।ସେହିପରି ବିଜେଡ଼ି ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ଡାକ୍ତର ସଞ୍ଜୟ ଦାସ,ଅଶୋକ ନାୟକ,ସାରଦା ପ୍ରସନ୍ନ ସାହୁ ପ୍ରଦୀପ ମଲ୍ଲିକ ନରେନ୍ଦ୍ର ନାରାୟଣ ନାୟକ ସୁଦୀପ୍ତ ଖଟୁଆ ପ୍ରମୁଖ ବମକୁରା ଠାରେ ପହଂଚି ଭାସିଯାଇ ପ୍ରାଣ ହରାଇଥିବା ବାସୁଦେବ ପଣ୍ଡାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।ବବି ଏଥି ସହ ଅର୍ଜୁନପୁର ଅଞ୍ଚଳର ବନ୍ୟା ପ୍ରଭାବିତଙ୍କୁ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande