
ଖୋର୍ଦ୍ଧା, , 25 ଅଗଷ୍ଟ (ହି.ସ.) କେନ୍ଦ୍ର ସରକାର ଆଣିଥିବା ଏଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଖୋର୍ଦ୍ଧା ସହରରେ ଏକ ପ୍ରତିବାଦ ମଶାଲ ଶୋଭାଯାତ୍ରା କରାଯାଇଛି। ଉଭୟ ଇଣ୍ଡିମେଣ୍ଟ ଓ କଂଗ୍ରେସର ନେତାମାନେ ଖୋରଧା ଗୋଡ଼ିପୋଖରୀ ଠାରୁ ଶୋଭାଯାତ୍ରା ଆରମ୍ଭ କରି ବ୍ୟାଙ୍କ ଛକ ଯାଏ ଆସିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇ କେନ୍ଦ୍ରରେ ଥିବା ବିଜେପି ସରକାର କିଭଳି ଶିଳ୍ପପତିଙ୍କ ସ୍ବାର୍ଥରେ ଓଡ଼ିଶାର ଖଣି ଖାଦାନକୁ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ଆଇନ ଦ୍ୱାରା ଓଡ଼ିଶା ସବୁଠାରୁ ବେଶୀ କ୍ଷତି ସହିବ, ଖଣି ମାଲିକଙ୍କ ଉପରେ ପଡିଥିବା ବକେୟା ଦେଢ଼ ଲକ୍ଷ କୋଟି ଟଙ୍କା ଆଉ ରାଜ୍ୟ ପାଇବ ନାହିଁ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ଖଣି ଗୁଡ଼ିକରୁ ଆସୁଥିବା ଟିକସ, ସେସ ଓ ରୟାଲିଟି ଉପରେ ଚାଲୁଥିଲା। ଏହି ନିୟମ ଲାଗୁ ହେବା ଦ୍ବାରା ଓଡ଼ିଶା ସିଧାସଳଖ ଭାବେ ବର୍ଷକୁ ଏକ ଲକ୍ଷ କୋଟି ହରାଇବ ବୋଲି ଅଭିଯୋଗ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥିନୀ ସୋନାଲି ସାହୁ, ସିପିଏମ୍ ଗିରିଶ ମହାରଣା,ଅନନ୍ତ ମଙ୍ଗରାଜ,ଶୈଳେଶ ବଳିୟାରସିଂହ, ସିପିଆଇ ନେତା ସୁରେଶ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ, ସ୍ୱାଗତିକା ପଟ୍ଟନାୟକ, ବେଣୁଧର ଭୋଇ, ସଦାଶିବ ମହାପାତ୍ର, ଶିଶିର ପରିଡ଼ା, ଖୋର୍ଦ୍ଧା ନଗର ସଭାପତି ରଞ୍ଜିତ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ସାଇଳେନ୍ଦୁ ଦାସ, ତାପସ ମିଶ୍ର, ମଉମୁଦ୍ଦିନ ଅହମ୍ମଦ, ଶିଶିର ପଟ୍ଟନାୟକ, ସାଜିଦ୍ ଖାନ୍, ପ୍ରଦୋଷ ହରିଚନ୍ଦନ, ରମେଶ ପଟ୍ଟନାୟକ, ଭାଷା ମଙ୍ଗରାଜ, ରମାକାନ୍ତ ପଟ୍ଟନାୟକ, ଜିତେନ୍ଦ୍ର ଚମ୍ପତ୍ତି, ଜନ୍ମଜେୟ ସ୍ୱାଇଁ, ଶିବୁ ନାୟକ, ସାଦିକ୍ ଖାନ୍, ଯୁବ କଂଗ୍ରେସ ଜିଲ୍ଲା କାର୍ଯକାରୀ ସଭାପତି ସୌମ୍ୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ