ୟୁପିଆଇର ୧୦ମ ବାର୍ଷିକୀରେ ବୈଷ୍ଣବଙ୍କ ଚିଦମ୍ବରମଙ୍କ ଉପରେ କଟାକ୍ଷ, ‘୧୦ ବର୍ଷ ତାଙ୍କୁ ଭୁଲ ପ୍ରମାଣିତ କରିବାର ନାମରେ’
ନୂଆଦିଲ୍ଲୀ, ୨୫ ଅଗଷ୍ଟ (ହି.ସ.)- ୟୁପିଆଇର ଦଶ ବର୍ଷ ପୂର୍ଣ୍ଣ ହେବା ଅବସରରେ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁରୁଣା ସଂସଦୀୟ ବୟାନକୁ ନେଇ ତାଙ୍କ ଉପରେ ରାଜନୈତିକ କଟାକ୍ଷ କରିଛନ୍ତି। ବୈଷ୍ଣବ ମଙ୍ଗଳବାର
ୟୁପିଆଇର ୧୦ମ ବାର୍ଷିକୀରେ ବୈଷ୍ଣବଙ୍କ ଚିଦମ୍ବରମଙ୍କ ଉପରେ କଟାକ୍ଷ, ‘୧୦ ବର୍ଷ ତାଙ୍କୁ ଭୁଲ ପ୍ରମାଣିତ କରିବାର ନାମରେ’


ନୂଆଦିଲ୍ଲୀ, ୨୫ ଅଗଷ୍ଟ (ହି.ସ.)- ୟୁପିଆଇର ଦଶ ବର୍ଷ ପୂର୍ଣ୍ଣ ହେବା ଅବସରରେ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁରୁଣା ସଂସଦୀୟ ବୟାନକୁ ନେଇ ତାଙ୍କ ଉପରେ ରାଜନୈତିକ କଟାକ୍ଷ କରିଛନ୍ତି। ବୈଷ୍ଣବ ମଙ୍ଗଳବାର ସୋସିଆଲ ମିଡିଆ ମଂଚ ଏକ୍ସରେ ଚିଦମ୍ବରମଙ୍କ ସଂସଦରେ ଦିଆଯାଇଥିବା ପୁରୁଣା ଭାଷଣର ଭିଡିଓ ସେୟାର କରି ଲେଖିଛନ୍ତି, “୧୦ ବର୍ଷ ତାଙ୍କୁ ଭୁଲ ପ୍ରମାଣିତ କରିବାର ନାମରେ।”

ବୈଷ୍ଣବଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଚିଦମ୍ବରମ ସଂସଦରେ ୟୁପିଆଇ ଏବଂ ଡିଜିଟାଲ ପେମେଂଟ ବ୍ୟବସ୍ଥାକୁ ନେଇ ନିଜର ଆପତି ଏବଂ ଆଶଙ୍କା ବ୍ୟକ୍ତ କରୁଥିବା ନଜର ଆସୁଛନ୍ତି। ଭିଡିଓରେ ତାଙ୍କର ପୁରୁଣା ବୟାନ ସହିତ ବର୍ତମାନ ସମୟରେ ପନିପରିବା ବିକ୍ରେତା ଏବଂ ଛୋଟ ବ୍ୟବସାୟୀମାନେ କ୍ୟୁଆର କୋଡ୍ ମାଧ୍ୟମରେ ପେମେଂଟ ଗ୍ରହଣ କରୁଥିବା ଦୃଶ୍ୟ ମଧ୍ୟ ଦେଖାଯାଇଛି।

ବିଜେପି ମଧ୍ୟ ୟୁପିଆଇର ଦଶ ବର୍ଷର ସଫଳତାକୁ ନେଇ କଂଗ୍ରେସ ଉପରେ ନିଶାନା ସାଧିଛି। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ ଚିଦମ୍ବରମ ୟୁପିଆଇର ଆରମ୍ଭକୁ ବଡ଼ ଭୁଲ ବୋଲି କହିଥିଲେ ଏବଂ ସଂସଦରେ ଏହି ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଗରିବ, ପନିପରିବା ବିକ୍ରେତା ତଥା ଗ୍ରାମାଂଚଳରେ ରହୁଥିବା ଲୋକଙ୍କ ପାଇଁ ଏହି ଡିଜିଟାଲ ପେମେଂଟ ବ୍ୟବସ୍ଥାର ବ୍ୟବହାର କରିବା କଷ୍ଟକର ହେବ।

ବିଜେପି ଅନୁଯାୟୀ, ଚିଦମ୍ବରମଙ୍କ ଏହି ଆକଳନ ଏବେ ୟୁପିଆଇର ବର୍ତମାନର ବିସ୍ତାରର ସମ୍ପୂର୍ଣ୍ଣ ବିପରୀତ ଦେଖାଯାଉଛି। ଦଳ କହିଛି ଯେ ଆଜି ଛୋଟ ଦୋକାନୀ, ଠେଲା-ପଥପାର୍ଶ୍ୱ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କ୍ୟୁଆର କୋଡ୍ ଆଧାରିତ ପେମେଂଟ ଅତ୍ୟନ୍ତ ସାଧାରଣ ହୋଇଯାଇଛି।

ୟୁପିଆଇର ଦଶ ବର୍ଷର ଯାତ୍ରାର ସରକାରୀ ତଥ୍ୟ ମଧ୍ୟ ଏହାର ବ୍ୟାପକ ସ୍ୱୀକୃତିକୁ ଦର୍ଶାଉଛି। ୨୦୧୬-୧୭ରେ ୧.୭୮ କୋଟି କାରବାରରୁ ବଢ଼ି ୨୦୨୫-୨୬ରେ ୟୁପିଆଇ କାରବାର ସଂଖ୍ୟା ୨୪,୧୬୨ କୋଟି ହୋଇଛି। ଏହି ଅବଧିରେ କାରବାରର ମୂଲ୍ୟ ୦.୦୭ ଲକ୍ଷ କୋଟି ଟଙ୍କାରୁ ବଢ଼ି ୩୧୪ ଲକ୍ଷ କୋଟି ଟଙ୍କା ହୋଇଛି। ମାର୍ଚ୍ଚ ୨୦୨୬ରେ ୟୁପିଆଇ ଗୋଟିଏ ମାସରେ ୨,୨୬୪ କୋଟି କାରବାରର ନୂଆ ରେକର୍ଡ କରିଛି, ଯାହାର ମୂଲ୍ୟ ୨୯.୫୩ ଲକ୍ଷ କୋଟି ଟଙ୍କା ରହିଛି।

---------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande