
ଜୟପୁର, ୨୫ ଅଗଷ୍ଟ (ହି.ସ.) କୁନ୍ଦୁରା ବ୍ଲକ ଅନ୍ତର୍ଗତ ଦିଗାପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଖରିଫ୍ ଧାନ ମଣ୍ଡି ବିକ୍ରି ନିମନ୍ତେ ହେଉଥିବା ପଞ୍ଜିକରଣ ରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ଚାଷୀ ଶଶୀଭୂଷଣ ।
ସେ ଉପ ନିବନ୍ଧକ ସମବାୟ ସମୁହ ଜୟପୁର ଙ୍କୁ ଏକ ଅଭିଯୋଗ କରିବା ସହିତ ଜାଲିଆତି ଓ ଦୁର୍ନୀତି କରୁଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି କୁନ୍ଦୁରା ବ୍ଲକ ରେ ଥିବା ଘୁମର ମୈଜା ରେ ଗୋଟିଏ ଜମି ର ଖଜଣା ଜଣେ ବ୍ୟକ୍ତି ପୈଠ କରିଛନ୍ତି ସେହି ଅଂଚଳରେ ଉକ୍ତ ନାମର କୌଣସି ବ୍ୟକ୍ତି ନଥିବା ଓ ଜଣେ ମୃତ୍ୟୁବରଣ କରିବାର ୨୮ ବର୍ଷ ପରେ ମଧ୍ୟ ମୃତକ ନିଜେ ଖଜଣା ପୈଠ କରିଥିବା ଅଭିଯୋଗ କରିବା ସହିତ ତାର ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି ।
ଅପର ପକ୍ଷରେ ଘୁମର ମୈଜା ର ପୁଜାରୀ ପୁଟ ଠାରେ ବିଭିନ୍ନ ଲୋକ ଙ୍କ ଜମି ହଡପ ହୋଇଥିବା ଏପରିକି ଆଦିବାସୀ ହରିଜନ ଙ୍କ ଜମି ମଧ୍ୟ ହଡପ ହେବାର ସୁଚନା ମିଳିଥିବା ଦାଶ୍ ଉଲ୍ଲେଖ କରିଥିବା ଜଣା ପଡିଛି ।
ନିଜ ପିତୃ ଅର୍ଜିତ ସମ୍ପତି କୁ ଯିଏବି ଦଖଲ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏ ନେଇ ସେ ଉପ ଜିଲ୍ଲାପାଳ ଜୟପୁର ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୈଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବା ସୁଚନା ମିଳିଛି ।
ଉପ ନିବନ୍ଧକ ସମବାୟ ସମିତି ସମୁହ ଜୟପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ଜୟପୁର ଙ୍କୁ ୪ ଦିନ ମଧ୍ୟରେ ତଦନ୍ତ କରି ତଦନ୍ତ ର ସମ୍ପୁର୍ଣ୍ଣ ବିବରଣି ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରି ଉକ୍ତ ଜମି ରେ ୧୪୪ ଧାରା ଜାରୀ କରିବା ନେଇ ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି